କୁକୁର ମୁଣ୍ଡ ପାଇଁ ମାଫିଆ ଡନ ଲାଗାଇଛି ୪ ଲକ୍ଷ ଟଙ୍କାର ପୁରସ୍କାର, ଧରାଇଥିଲା ୧୦ ଟନ କୋକିନ ।
କଲମ୍ବିଆରେ ଗୋଟିଏ କୁକୁର ଏପରି କାରନାମା କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି କୁକୁରଟି ଏବେ ବଡ଼ ବଡ଼ ମାଫିଆ ଡ଼ନ ଓ ନିଶା ତସ୍କରମାନଙ୍କ ନିଦ ହଜାଇ ଦେଇଛି । କଲମ୍ବିଆର ଏହି ଟପସ୍ନିଫର ଡ଼ଗ ୧୦ ଟନ୍ କୋକିନ ଚୋରୀକୁ ଅଟକାଇ ଦେଇଛି । ଏହାପରେ କୁକୁରର ସୁରକ୍ଷା ପାଇଁ ପୋଲିସ ଏବେ ପ୍ରୋଟେକ୍ସନ ଯୋଗାଇ ଦେଇଛି । ଏକି କୋକିନ ଡନ ମାଫିଆଙ୍କର ଥିଲା । ଚୋରି ଧରା ପଡିବା ପରେ ମାଫିଆ ଡନ କୁକୁର ମୁଣ୍ଡ ପାଇଁ ୭ ହଜାର ଡଲାର ଅର୍ଥାତ ୪ ଲକ୍ଷ ୮୧ ହଜାର ପୁରସ୍କାର ରାଶି ରଖିଛନ୍ତି ।
ଏହି କୁକୁରଟିକୁ ଏବେ ଦେଶର ସବୁଠୁ ବଡ଼ ବିମାନ ବନ୍ଦର ବଗୋଟାରେ ମୂତୟନ କରାଯାଇଛି । ଏହି କୁକୁରଟିର ନାମ ସୋମବ୍ରା । କୋକିନ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦେବା ସହ ସୋମବ୍ରାକୁ ନିୟୋଜିତ କରିଛି । ପୋଲିସ କୋକିନ ଟ୍ରେନର ଜିସନ କାଣ୍ଡୋନା କହିଛନ୍ତି ଯେ କେବଳ ସୋମବ୍ରା ଏକା ନୁହେଁ ଅନେକ ପୋଲିସ କୁକୁରକୁ ହତ୍ୟା କରିବା ପାଇଁ ନିଶା ବେପାରୀମାନେ ସୁପାରି କିଲରଙ୍କୁ ନିୟୋଜିତ କରାଉଥିବା ଖବର ମିଳିଛି । ସୋମବ୍ରା ୨୦୧୬ରେ ୨.୯ ଟନ୍ କୋକିନ କଦଳୀ ଭିତରେ ଯାଉଥିବାବେଳେ ଧରାଇ ଚର୍ଚ୍ଚାକୁ ଆସିଥିଲା ।
୨୦୧୭ରେ ୧.୧ ଟନ୍ କୋକିନ ଧରାଇଥିଲା ଏହି କୁକୁର । ଏକାଧିକ ନିଶା ବେପାରୀଙ୍କୁ ଧରାଇ ଦେଇ ଖୋଦ୍ ଅସୁରକ୍ଷିତ ହୋଇପଡ଼ିଥିବା ଏହି ସନ୍ଧାନୀ କୁକୁରର ସୁରକ୍ଷା ଏବେ କଲମ୍ବିଆ ପୋଲିସ ପାଇଁ ଚ୍ୟାଲେଞ୍ଜରେ ପରିଣତ ହୋଇଛି । ବିଗତ ୨ବର୍ଷ ମଧ୍ୟରେ ୬୮ କୋଟି ଟଙ୍କାର କୋକିନ ଧରାଇ ଥିବା ଏହି କୁକୁର ବିଗତ ୨ ବର୍ଷ ଧରି ପୋଲିସ ପାଇଁ କାମ କରୁଛି ।