କାହିଁକି ଶାହାରୁଖ ଖାନଙ୍କ ପୋଷ୍ଟରକୁ ଚାହିଁ ରହୁଥିଲେ ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ? ଫଟୋ ସହ କରୁଥିଲେ ଗପସପ !
ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓଙ୍କ ହରର କମେଡି ଫିଲ୍ମ ‘ସ୍ତ୍ରୀ’ ୩୧ଅଗଷ୍ଟରେ ପରଦାକୁ ଆସିବାକୁ ଯାଉଛି । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୂର । ବି-ଟାଉନରେ ତାଙ୍କର ପ୍ରିୟ ଅଭିନେତା ହେଉଛନ୍ତି ଶାହରୁଖ ଖାନ । ସେ କିଙ୍ଗ ଖାନଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । କିଛିଦିନ ହେବ ରାଜକୁମାର ଖୁଲାସା କରିଛନ୍ତି ଯେ ସେ ଆଗରୁ କିଙ୍ଗ ଖାନଙ୍କ ପୋଷ୍ଟରକୁ ଚାହିଁ ରହୁଥିଲେ ଏବଂ କଥା ହେଉଥିଲେ ।
ହ୍ୟୁମାନ୍ସ ଅଫ ବମ୍ବେକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଶାହରୁଖ ଖାନ ନିଜ ପ୍ରଥମ ସାକ୍ଷାତକାର ବିଷୟରେ କହିଛନ୍ତି । ସେ ଶାହରୁଖଙ୍କର ଫ୍ୟାନ୍ସ ଥିବା କହିଛନ୍ତି । ସେ କହିଛନ୍ତି କିଭଳି ସେ ଶାହରୁଖଙ୍କ ଫଟୋକୁ ଚାହିଁ କୁହନ୍ତି ଜଣେ ଆଉଟସାଇଡର ଆସି ଏତେ ବଡ ମୁକାମ ହାସଲ ମରି ପାରିଛନ୍ତି , ତେବେ ତାଙ୍କର ମଧ୍ୟ କିଛି ଆଶା ରହିଛି । ସେ ଯେତେବେଳେ ତାଙ୍କ ପାଖେ କୌଣସି କାମ ନଥିଲା ।
କଙ୍ଗନା ରନୌତଙ୍କ ସହ କ୍ୱିନ ଫିଲ୍ମ ସୁଟିଂ ସମୟରେ କିଛି ଏଭଳି ମୂହୂର୍ତ୍ତ ଆସିଥିଲା , ଯାହା ତାଙ୍କ ପାଇଁ ଖୁବ ଖାସ ଥିଲା । ଏହି ବିଷୟରେ କହିଲା ବେଳେ ଅଭିନେତା କହିଛନ୍ତି ସେ କ୍ୱିନ ଫିଲ୍ମ ପାଇଁ ଯେତେବେଳେ ମେହେବୁବ ଷ୍ଟୁଡିଓରେ ସୁଟ କରୁଥିଲେ ସେତେବେଳେ ତାଙ୍କୁ ଜଣା ପଡିଥିଲା ଯେ ଶାହାରୁଖ ମଧ୍ୟ ସେହିଠାରେ ଉପସ୍ଥିତ ଅଛନ୍ତି ଏବଂ ସେ ଆଶା ବାନ୍ଧିଥିଲେ ଯେ ତାଙ୍କର ଶାହରୁଖଙ୍କ ସହ ଦେଖା ହେବ ।
ତାଙ୍କୁ ଏହା ଜଣା ମଧ୍ୟ ନଥିଲା ଯେ ଶାହାରୁଖ ତାଙ୍କୁ ମଧ୍ୟ ଜାଣିଥିବେ ବୋଲି କିନ୍ତୁ ସେ ତାଙ୍କୁ ନିଜ ଟ୍ରେଲରରେ ଡାକିଥିଲେ । ସେ ତାଙ୍କ ବିଷୟରେ ସମସ୍ତ କଥା ଜାଣିଥିଲେ । ସେ ତାଙ୍କୁ ଖୁବ ସ୍ପେଶାଲ ମଧ୍ୟ ଅନୁଭବ କରାଇଥିଲେ । ସେହି ମୂହୁର୍ତ୍ତ ପରେ ରାଜକୁମାର ତାଙ୍କର ଖୁବ ବଡ ଫ୍ୟାନ ହୋଇଯାଇଥିଲେ । କେବେ ସେ ତାଙ୍କ ପୋଷ୍ଟର ସହ କଥା ହେଉଥିଲେ ମାତ୍ର ଏବେ ସେ ତାଙ୍କ ସାମ୍ନାରେ ବସିଛନ୍ତି । ସେ ଏହା କହି କହିଥିଲେ ଯେ ସେ କହିପାରିବେ ନାହିଁ ତାଙ୍କୁ କିଭଳି ଅନୁଭବ ହୋଇଥିଲା ସେଦିନ ।