ଅନଲାଇନ୍ ଡେଟିଂ କରୁଛନ୍ତି କି ? ତେବେ ମନେ ରଖନ୍ତୁ ଏହି ୭ଟି କଥା
ଯଦି ଆପଣ ଅନଲାଇନ୍ ଜରିଆରେ ଆପଣଙ୍କ ପ୍ରେମକୁ ଖୋଜୁଛନ୍ତି ତେବେ ଏକ ଭଲ ‘ପ୍ରୋଫାଇଲ’ ସେହି ପ୍ରେମ ପାଖରେ ପହିଂଚିବା ପାଇଁ ଚାବିକାଠି ହୋଇଥାଏ । ଯଦିଓ ଗୋଟେ ଭଲ ଫଟୋ ମାଧ୍ୟମରେ ଆପଣ ଆପଣଙ୍କ ‘ପ୍ରୋଫାଇଲ’କୁ ଭଲ କରିପାରୁଛନ୍ତି ତେବେ ଏଥିସହ ନିଜର ପ୍ରକୃତ ପ୍ରେମ ପାଇବାପାଇଁ ଆପଣଙ୍କୁ ନିଜର ‘ପ୍ରୋଫାଇଲ’କୁ ଅଧିକ ଆକର୍ଷଣୀୟ ଏବଂ ମନ ମୋହି ନେଲାଭଳି ତିଆରି କରିବା ପଡିବ । ତେବେ ଗବେଷକଙ୍କ ମତରେ ଅନଲାଇନ୍ ଡେଟିଂ କରିବା ସମୟରେ ନିଶ୍ଚୟ ଭାବେ ଏହିସମସ୍ତ କଥା ଉପରେ ଧ୍ୟାନ ଦେବାକୁ ଆପଣଙ୍କୁ ପଡିବ । ତେବେ ସେଗୁଡିକ ହେଲା-
- ନିଜ ‘ପ୍ରୋଫାଇଲ’ରେ ନିଜର ସମସ୍ତ ଭଲ କ୍ୱାଲିଟି ସଂପର୍କରେ ଜଣାନ୍ତୁ ।
- ଅଧିକ ଆକର୍ଷଣୀୟ ‘ପ୍ରୋଫାଇଲ’ ପାଇଁ ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରନ୍ତୁ ।
- ସର୍ବଦା ସେହି ଗୁଣ ସଂପର୍କରେ ଜଣାନ୍ତୁ ଯାହା ଆପଣ ଆପଣଙ୍କ ପ୍ରେମରେ ଦେଖିବାକୁ ଚାହୁଁଛନ୍ତି ।
- ନିଜ ବିଷୟରେ ସକରାତ୍ମକ କଥା ବେଶି ଉପସ୍ଥାପନା କରନ୍ତୁ ।
- ଅନ୍ୟଙ୍କଠାରୁ ନିଜ ପ୍ରୋଫାଇଲକୁ ଅଧିକ ଭଲ ଏବଂ ବିଶେଷ କରିବା ପାଇଁ ଏକ ଆକର୍ଷଣୀୟ ହାତ ଲେଖା ଦିଅନ୍ତୁ ।
- ସେହି ମୁହୂର୍ତ୍ତର ଫଟୋ ପୋଷ୍ଟ କରନ୍ତୁ , ଯେଉଁଥିରେ ଆପଣ ସେହି କାମ କରୁଥିବେ ଯାହା ଆପଣଙ୍କର ବହୁତ ପସନ୍ଦ ଅଟେ ।
- ‘ପ୍ରୋଫାଇଲ’ରେ କିଛି ବି ଲେଖିବା ପୂର୍ବରୁ ସେଗୁଡିକୁ ଟିକେ ଭଲଭାବେ ପରଖି ନିଅନ୍ତୁ । କାରଣ ଆପଣ ଲେଖିଥିବା ଭାଷାରେ ଯଦି କୌଣସି ପ୍ରକାର ଭୁଲ୍ ଥାଏ ତେବେ ଏହା ଆପଣଙ୍କ ପ୍ରତି ଏକ ଖରାପ ମନୋଭାବ ସୃଷ୍ଟି କରିଥାଏ ।