ଫିଲ୍ମ ଲୋକାଲ ଟୋକା ଲଭ ଚୋଖାର ଆଉ ଏକ ସଫ୍ଟ ସଙ୍ଗ ସାମ୍ନାକୁ ଆସିଛି । ଯେଉଁଥିରେ କଣ୍ଠଦାନ କରିଛନ୍ତି ନିଜେ ବାବୁସାନ । ଦୀର୍ଘ ୧ବର୍ଷ ପରେ ଶୂଣିବାକୁ ମିଳିବ ବାବୁସାନଙ୍କ କଣ୍ଠରୁ ଏହି ରୋମାଂଟିକ ଗୀତ । ଏହି ଗୀତର ପ୍ରଯୋଜନା ଦେଇଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ଏହି ଗୀତରେ ଦେଖିବାକୁ ମିଳିବ ବାବୁସାନଙ୍କ ସହ ନାୟିକା ସନମୀରାଙ୍କ କେମେଷ୍ଟ୍ରି । ପ୍ରଥମଥର ପାଇଁ ବାବୁସାନଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ ।
source: tarang music
ସିନେପ୍ରେମୀଙ୍କୁ ଖୁବ ପସନ୍ଦ ଆସିଛି ଏହି ଫିଲ୍ମର ଟ୍ରାକ । ଏବେ ଏହି ଟ୍ରାକର ଷ୍ଟୁଡିଓ ରେକର୍ଡିଂ ଭିଡିଓ । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ସେହିପରି ଏହି ଫିଲ୍ମରେ ବାବୁସାନଙ୍କ ଆକ୍ଟିଂ ପସନ୍ଦ ଆସିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଏହି ସିନେମା ପରଦାରେ କଣ ଧମାଲ ଦେଖାଉଛି ଏବଂ ଦର୍ଶକଙ୍କ ମନ କେତେ କିଣି ପାରୁଛି ତାହା କେବଳ ଦେଖିବା ବାକି ରହିଲା ।