Rating
- The Indian Express 3
- IMDb 6.4
- Aaj tak 6.8
ଫିଲ୍ମର ନାମ- ସତ୍ୟମେବ ଜୟତେ
ନିର୍ଦ୍ଦେଶକ- ମିଳାପ ମିଲନ ଝବେରୀ
ଷ୍ଟାରକାଷ୍ଟ- ଜନ ଆବ୍ରାହମ, ମନୋଜ ବାଜପେୟୀ, ଆୟଶା ଶର୍ମା, ମନୀଷ ଚୌଧରୀ, ଅମୃତା ଖାନବିଲକର ।
ଅବଧି- ୨ଘଣ୍ଟା ୨୧ ମିନିଟ
ସାର୍ଟିଫିକେଟ- ଏ
ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ସମେତ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ ହୋଇଛି ତାହା ହେଉଛି ଜନ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ । ନିର୍ଦ୍ଦେଶକ ମିଳାପ ମିଲନ ଝବେରୀ ନିଜ ଲେଖା ପାଇଁ ଖୁବ ପରିଚିତ । କିଛି ସମୟ ପୂର୍ବେ ସେ ନିର୍ଦ୍ଦେଶକ ଭାବେ ମସ୍ତିଜାଦେ ଫିଲ୍ମ ନିର୍ମାଣ କରିଥିଲେ ଯାହା ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ । ଏବେ ସେ ଟିପିକାଲ ବଲିଉଡ ମସାଲା ଫିଲ୍ମ ସତ୍ୟମେବ ଜୟତେ ସହିତ ପରଦାକୁ ଓହ୍ଲାଇଛନ୍ତି । ଆସନ୍ତୁ କରିବା ଫିଲ୍ମ ରିଭ୍ୟୁ ।
କାହାଣୀ-
ଫିଲ୍ମର କାହାଣୀ ମୁମ୍ବାଇରୁ ଆରମ୍ଭ ହୋଇଥାଏ । ଯେଉଁଠାରେ ପୁଲିସ ଅଫିସର ବୀର ରାଠୋଡ(ଜନ ଆବ୍ରାହମ) ଭଷ୍ଟାଚାର ଖିଲାଫରେ ଲଢେଇ କରିଥାନ୍ତି । ଏହିପରି ଭାବେ ଫିଲ୍ମରେ ଅନେକ ଟୁଇଷ୍ଟ ଏବଂ ଟର୍ଣ୍ଣ ଆସିଥାଏ । ଇତି ମଧ୍ୟରେ କାହାଣୀରେ ଶିଖା (ଆୟଶା ଶର୍ମା)ଙ୍କ ଏଣ୍ଟ୍ରି ହୋଇଥାଏ । ଫିଲ୍ମରେ କଣ ସବୁ ଘଟୁଛି ତାହା ଦେଖିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।
କ’ଣ ଦେଖିବେ ଫିଲ୍ମରେ-
ଫିଲ୍ମର କାହାଣୀ ସାମାନ୍ୟ ରହିଛି । ସମ୍ବାଦକୁ ଖବ ଦମଦାର ଭାବେ ଲେଖାଯାଇଛି । ଫିଲ୍ମକରେ ଜବରଦସ୍ତ ଆକ୍ସନ ରହିଛି । ଜନ ଏବଂ ମେନୋଜ ବାଜପେୟୀଙ୍କ ଅଭିନୟ ଖୁବ ଭଲ ହୋଇଛି । ମନୀଷ ଚୌଧରି ଏବଂ ଆୟଶାଙ୍କ କାମ ମଧ୍ୟ ସହଜ ଲାଗୁଛି ।
ଦୁର୍ବଳ ଭାଗ-
ଫିଲ୍ମର ଦୁର୍ବଳ ଭାଗ ଏହାର ଆରମ୍ଭ ଏବଂ କ୍ଲାଇମାକ୍ସ କାରଣ ଏହାକୁ ଖୁବ ଲମ୍ବା ଦର୍ଶାଯାଇଛି । ମଲ୍ଟିପ୍ଲେକ୍ସରେ ଏହା ଦର୍ଶକଙ୍କୁ ଏତେ ଆକର୍ଷିତ ନକରିପାରେ । କିନ୍ତୁ ସିଙ୍ଗଲ ଥିଏଟରେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ । ଫିଲ୍ମକୁ ଆଡଲ୍ଟ ସାର୍ଟିଫିକେଟ ଦିଆଯାଇଛି । ଏହା ଫଳରେ ସବୁ ଅଡିଆନ୍ସ ଏହାକୁ ଦେଖିପାରିବେ ନାହିଁ ।
ବକ୍ସ ଅଫିସ-
ବକ୍ସ ଅଫିସରେ ଫିଲ୍ମର ବଜେଟ ୫୦ କୋଟି ରହିଛି । ବକ୍ସ ଅଫିସରେ ଏହି ଫିଲ୍ମ ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡ’ ମଧ୍ୟ ରିଲିଜ ହୋଇଛି । ଦେଖିବାକୁ ବାକି ରହିଲା ଗୋଲ୍ଡ ସାମ୍ନାରେ ଫିଲ୍ମ କେତେ ଆୟ କରିପାରୁଛି ।