କେଶରେ କରିଥିବା ରଙ୍ଗ ବହୁ ଦିନ ପର୍ଯ୍ୟନ୍ତ ରହୁନାହିଁ ? ଜାଣନ୍ତୁ କ’ଣ କଲେ ଏହା ଅଧିକ ଦିନ ରହିବ?
ଯଦି ଆପଣ ବି ବାରମ୍ବାର କେଶରେ କଲର କରି ବିରକ୍ତ ହୋଇଗଲେଣି, କିମ୍ବା ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଅବସ୍ଥା ସୁଧୁରୁନି, ଚିନ୍ତା କରନ୍ତୁନିି, କାରଣ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପକାର ସମ୍ପର୍କରେ ଜଣାଇବୁ ଯାହାକୁ ଆପଣାଇଲେ ଆପଣଙ୍କ କେଶରେ କରିଥିବା ରଙ୍ଗ ଶୀଘ୍ର ନ ଛାଡି ବହୁ ସମୟ ପର୍ଯ୍ୟନ୍ତ ଚମକିବ ।
ତିନି ଦିନ ପର୍ଯ୍ୟନ୍ତ କରନ୍ତୁ ନାହିଁ ସାମ୍ପୋ:
ଯେତେବେଳେ ବି ଆପଣ କେଶରେ କଲର କରୁଛନ୍ତି, ଏହାର ତିନି ଦିନ ପର୍ଯ୍ୟନ୍ତ କେଶରେ କୌଣସି ସାମ୍ପୋ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଲଗାଇଥିବା କଲର କେଶରେ ଭଲ ଭାବରେ ମିଶିଯିବ ଏବଂ ଏହା ଆପଣଙ୍କ କେଶରେ ବହୁ ସମୟ ପର୍ଯ୍ୟନ୍ତ ରହିବ ।
ଭଲ ପ୍ରଡକ୍ଟର ସାମ୍ପୋ ବ୍ୟବହାର କରନ୍ତୁ:
କେଶରେ କଲର ଲଗାଇବା ପରେ ସାଧାରଣ ସାମ୍ପୋ ବ୍ୟବହାର ପରିବର୍ତ୍ତେ ଭଲ ପ୍ରଡକ୍ଟର ସାମ୍ପୋ ବ୍ୟବହାର କରନ୍ତୁ । ସାଧାରଣ ସାମ୍ପୋ ବଦଳରେ ଯଦି ଆପଣ କୌଣସି ସଲଫେଟ ସାମ୍ପୋ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ କେଶ ପାଇଁ ଉତ୍ତମ ହୋଇଥାଏ ।
ଫିଲଟର ପାଣି ଦ୍ୱାରା କେଶ ଧୋଇବା ଉଚିତ୍:
କେଶକୁ ଧୋଇବା ସମୟରେ ଫିଲଟର ପାଣିର ବ୍ୟବହାର କରିବା ଉଚିତ୍ । ଗରମ ପାଣି ରେ କେଶକୁ ଧୁଅନ୍ତୁ ନାହିଁ କାରଣ କେଶରେ ଲଗାଇଥିବା କଲର ଓ ମୈଶ୍ଚରାଇଜର ଉଭୟ ନଷ୍ଟ ହୋଇଥାଏ ।