ଜାଣନ୍ତୁ ଆଜିର ରାଶିଫଳ
ମେଷ:
ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ପାଇବେ। ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ:ଧୂସର। ଆରାଧନା:ହର ପାର୍ବତୀ।
ବୃଷ:
ଭାଗ୍ୟ ଆପଣଙ୍କ ସାଥୀରେ ରହିବ। ବ୍ୟବସାୟରେ ଅପାର ସଫଳତା ମିଳିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରେମ ସଂପର୍କରେ ମଧୁରତା ଆସିବ। ଶୁଭରଙ୍ଗ:ମେରୁନ। ଆରାଧନା:ମାଆ ବଗଳାମୁଖୀ।
ମିଥୁନ:
କାରବାରରେ କୌଣସି ନୂଆ ସଉଦା ହେବ। ଠିକ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ଠାରୁ ଖୁବ୍ ପ୍ରେମ ପାଇବେ। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ତାରିଣୀ।
କର୍କଟ:
ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ଶୁଭରଙ୍ଗ:ଧଳା। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।
ସିଂହ:
ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ଶୁଭରଙ୍ଗ:ବାଦାମୀ। ଆରାଧନା:ମାଆ ଦୁର୍ଗା।
କନ୍ୟା:
ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଲାଭ ପାଇବାର ସୁଯୋଗ ମିଳିବ। ଅଫିସରେ ପ୍ରସନ୍ନତା ଭରା ଦିନଟି ରହିବ। ଘରେ କୌଣସି ନୂଆ ଦାୟିତ୍ଵ ମିଳିପାରେ। ଶୁଭରଙ୍ଗ:କଫିରଙ୍ଗ। ଆରଧନା:ସନ୍ତୋଷୀମାତା।
ତୁଳା:
କାରବାରରେ ପରିବର୍ତ୍ତନ ଆଣିବା ଚେଷ୍ଟା କରିବେ ଏବଂ ସଫଳ ହେବେ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳପରେ ସମୟ କଟିବ। ଖୁସି ହୋଇ ଆପଣ ଖର୍ଚ୍ଚ ଅଧିକ କରିବେ। ଶୁଭରଙ୍ଗ:ଧଳା। ଆରାଧନା:ହର ପାର୍ବତୀ।
ବିଛା:
ସ୍ୱଭାବରେ ରୋମାୱକର ସତେଜତା ଦେଖିବେ। ସବୁ କାମ ଆପଣଙ୍କ ମୁତାବକ ହେବ। ଅପ୍ରତ୍ୟାଶିତ ଧନଲାଭ ହେବ। ରାଜନୀତିରେ ମହତ୍ଵାକାଂକ୍ଷା ପୂରା ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ:ଲାଲ। ଆରାଧନା:ଶ୍ରୀକୃଷ୍ଣ।
ଧନୁ:
ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଶୁଭ ରହିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ:ଧଳା। ଆରାଧନା: ସୂର୍ଯ୍ୟଦେବ।
ମକର:
ଆପଣ ଖୁସ୍ ମିଜାଜର ରହିବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ:ନୀଳ। ଆରାଧନା:ମାଆ କଟକଚଣ୍ଡୀ।
କୁମ୍ଭ:
ଜୀବନସାଥୀଙ୍କ ଠାରୁ ମହତ୍ଵପୂର୍ଣ୍ଣ ପରାମର୍ଶ ପାଇବେ। ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଭଲ ନୀତି ତିଆରି କାମ କରିବେ। ଯାତୟାତ ସମୟରେ ସାବଧାନ ଅବଲମ୍ବନ କରନ୍ତୁ। ଶୁଭରଙ୍ଗ:ବାଇଗଣୀ। ଆରାଧନା:ମାଆ ଦୁର୍ଗା।
ମୀନ:
ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବଜାରରେ ଅଟକିଥିବା ଥିବା ପଇସା ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋଯୋଗ ଦେବେ। ଶୁଭରଙ୍ଗ:ଧଳା। ଆରାଧନା:ବାବା କପିଳାସ।