ପୁଣି ଥରେ ପରଦାରେ ରୋମାନ୍ସ କରିବାର ନଜର ଆସିବେ ଏଲିନା-ଅରିନ୍ଦମ !
ପ୍ରସ୍ତୁତ ହେଉଛି ତରଙ୍ଗ ସିନେ ପ୍ରଡକ୍ସନ ଏବଂ ରତ୍ନା ବ୍ୟାନର୍ସରେ ଏକ ରୋମାଂଟିକ ଫିଲ୍ମ । ଯାହାର ଫାଷ୍ଟ ଲୁକ ହୋଇଛି ରିଲିଜ । ଫିଲ୍ମର ନାଁ ରହିଛି ‘ଇସ୍କ ପୁଣି ଥରେ’ । ଏହି ଫିଲ୍ମରେ ଅଭିନେତା ଭାବେ ନଜର ଆସିବେ ଅରିନ୍ଦମ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ ଚୁଲବୁଲି ନାୟିକା ଏଲିନା ।
ଏଠାରେ ଆମେ କହି ରଖୁଛୁ ଯେ ଦୀର୍ଘ ୩ବର୍ଷ ପରେ ଏହି ଯୋଡିକୁ ପୁଣି ଥରେ ପରଦାରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜ୍ୟୋତି ଦାସ । ପୂର୍ବରୁ ସେ ‘ଶୁଭବିବାହ’, ‘ତୋ ବିନା ଭଲ ଲାଗେନା’ ଓ ‘ଅଶୋକ ସମ୍ରାଟ୍’ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଏହାର ମ୍ୟୁଜିକ୍ ଡାଇରେକ୍ଟର ଅଛନ୍ତି ପ୍ରେମ୍ ଆନନ୍ଦ।
ଫିଲ୍ମର ମହୁରତ ବେଳେ ଓଲିଉଡ଼ର କିଛି କଳାକାରଙ୍କୁ ଦେଖିବାକୁ ମିଳିଥିଲା। ବବି ମିଶ୍ର ମଧ୍ୟ ମହୁରତ୍ ବେଳେ ଉପସ୍ଥିତ ଥିଲେ।
ଏଠାରେ ଆମେ କହି ରଖୁଛୁ ଯେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ଇସ୍କ ତୁ ହି ତୁ’ରେ ଅରିନ୍ଦମ୍ ଏବଂ ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।ଏହି ଫିଲ୍ମରେ ଏଲିନା ଓଲିଉଡ଼ରେ ଡେବ୍ୟୁ କରିଥିଲେ।