ଲାକ୍ମୀ ଫ୍ୟାଶନ ୱିକ ଫେଷ୍ଟିଭ ଶେଷ ସପ୍ତାହରେ ଅନେକ କଳାକାର ରାମ୍ପୱାକ କରିଥିଲେ । କରୀନା କପୂର ଯେଉଁଠି ମୋନିଶା ଜୟସିଂଙ୍କ ଡ୍ରେସ ପିନ୍ଧିଥିଲେ । ସେହିଭଳି ଅନ୍ୟ କଳାକାର ମାନେ ନିଜ ପସନ୍ଦୀତା ଡିଜାଇନରଙ୍କ ଡ୍ରେସ ପିନ୍ଧି ଶୋ ଟପ୍ପର ହୋଇଥିଲେ ।
ଏଥିରେ ହେମା ମାଳୀନି ଏବଂ ତାଙ୍କ ଝିଅ ଇଷା ଦେଓଲ ତଖ୍ତାନୀ ନଜର ଆସିଥିଲେ । ଦୁହେଁ ସଂଯୁକ୍ତା ଦତ୍ତାଙ୍କ ଟାଡିସନାଲ ପୋଷାକ ପିନ୍ଧିଥିଲେ । ହେମା ମାଳିନୀ ଏହି କାର୍ଯ୍ୟକ୍ରମରେ ପାରମ୍ପାରିକ ଶାଢୀ ପିନ୍ଧିଥିବା ବେଳେ ଈଶା ଲେହେଙ୍ଗା ପିନ୍ଧିଥିଲେ । ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଥିଲେ ଯେ ତାଙ୍କର ସବୁଠାରୁ କମଫଟେବଲ ପାର୍ଟନର ତାଙ୍କ ମା’ଙ୍କ ସହ ରାମ୍ପ ୱାକ.. ଏବଂ ସଂଯୁକ୍ତା ଦତ୍ତଙ୍କୁ ଶୁଭକାମନା ଦେଇଥିଲେ ।
ଏହି ଶୋ’ରେ ହେମା ମାଳିନୀଙ୍କୁ କିଛି ପ୍ରଶ୍ନ କରାଯାଇଥିଲା । ମାତ୍ର ଯେତେବେଳେ ଈଶାଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ ପତ୍ରକାର ଯାହା ଶୁଣି ଈଶା ରାଗି ଷ୍ଟେଜରୁ ଚାଲି ଯାଇଥିଲେ । ଏହିକାରଣରୁ ଅର୍ଗାନାଇଜର ସେଠାରେ କହିଥିଲେ ଯେ ଏଠାରେ ମିଡିଆ ଅନ୍ୟ କୌଣସି ପ୍ରଶ୍ନ ପଚାରିବ ନାହିଁ । ଏଠାରେ କେବଳ ଫଟୋ ସେଶନ କରାଯିବ । ଏହାପରେ ଈଶା ହେମା ମାଳିନୀଙ୍କୁ ନେଇ ଷ୍ଟେଜରୁ ଚାଲି ଯାଇଥିଲେ । ଏଭଳି ହେବା ନୂଆ କଥା ନୁହେଁ ଆଗରୁ ଏଭଳି ଅନେକ ଥର ଦେଖିବାକୁ ମିଳିଛି । ସେହିଭଳି ତାଙ୍କର ଫିଲ୍ମ ସୁଟିଂ ସେଟରେ ସେ ନିଜ କୋ-ଅଭିନେତ୍ରୀ ଅମୃତା ରାଓଙ୍କୁ ଚାପୁଡା ମାରିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ ଈଶା ଦେଓଲ ଖୁବ ଶୀଘ୍ର ରାମ କମଲ ମୁଖାର୍ଜୀଙ୍କ ସର୍ଟ ଫିଲ୍ମ କେକୱାକ’ରେ ନଜର ଆସିବେ । ୨୨ମିନିଟର ଏହି ଫିଲ୍ମ ଜରିଆରେ ସେ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ଈଶା ଜଣେ ସେଫ ଭୂମିକାରେ ନଜର ଆସିବେ ।