Only for Entertainment

ସକାଳ ଜଳଖିଆରେ ପ୍ରସ୍ତୁତ କରନ୍ତୁ ଆଳୁ ଚିଲ୍ଲା

yummydelightforu
0 74

ସାମଗ୍ରୀ
୩ଟି ଆଳୁ, ୨ ଟେବଲସ୍ପୁନ୍‌ ଆରାରୋଟ୍‌, ୨ ଟେବଲସ୍ପୁନ୍‌ ବେସନ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ଜିରା, ୧ ଟି କଟା କଞ୍ଚା ଲଙ୍କା, ୨ ଟେବଲସ୍ପୁନ୍‌ କଟା ପିଆଜ ଷଣ୍ଢା, ସ୍ବାଦାନୁସାରେ ଲୁଣ ଏବଂ ସେକିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁକୁ ଗ୍ରେଟେଡ କରି ଦିଅନ୍ତୁ ଓ ୫ ମିନିଟ୍‌ ଯାଏଁ ପାଣିରେ ଭିଜାଇ ଦିଅନ୍ତୁ। ପରେ ଏହାକୁ ଭଲ ଭାବେ ଚିପୁଡ଼ି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଆରାରୋଟ ଏବଂ ବେସନ ପକାଇ ଭଲ ଭାବେ ମିଶାନ୍ତୁ। ପରେ ଏଥିରେ ଗୋଲମରିଚ ଗୁଣ୍ଡ, ଜିରା, କଞ୍ଚାଲଙ୍କା, କଟା ପିଆଜ ଷଣ୍ଢା ଏବଂ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ତାୱାରେ ତେଲ ଗରମ କରି ଏକ ଟେବଲସ୍ପୁନ୍‌ ଆଳୁ ମିଶ୍ରଣ ପକାଇ ଏହାକୁ ଚକୁଳି ଭଳି ବିସ୍ତାର କରନ୍ତୁ। ପୁଣି ଏହାର ଚାରିପାଖରେ ତେଲ ଦେଇ ଧିମା ଆଞ୍ଚରେ ଏହାର ଦୁଇ ପାର୍ଶ୍ବକୁ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ସେକନ୍ତୁ। କ୍ରିପ୍ସି ହେବା ଯାଏ ଏହାକୁ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ଚିଲ୍ଲା। ଏବେ ଏହାକୁ ଟମାଟୋ ସସ୍‌ କିମ୍ବା ମନ ପସନ୍ଦର ଚଟଣୀ ସହିତ ସକାଳ ଜଳଖିଆରେ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More