ପୁଣି ଥରେ ବ୍ରାଇଡାଲ ଲୁକରେ ନଜର ଆସିଲେ ସୋନମ, ଫ୍ୟାସନ ଶୋ’ରେ ପତି ଆନନ୍ଦଙ୍କ ସହିତ ଆସିଲେ ନଜର ।
ବଲିଉଡ ଅଭିନେତ୍ରୀ ସୋନମ କପୁର ଯେଉଁଠିକୁ ବି ଯାଆନ୍ତୁ ନା କହିଁକି ନିଜର ଛାପ ସେଠାରେ ଛାଡିଥାନ୍ତି । ନିକଟରେ ସୋନମ କପୁରଙ୍କୁ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କ ବୁକ ଲଂଚରେ ଦେଖିବାକୁ ମିଳିଥିଲା । ସେଠାରେ ସେ ଷ୍ଟାଇଲିସ ଏବଂ ପ୍ରୋଫେସନାଲ ଲୁକରେ ନଜର ଆସିଥିଲେ । ଏହା ପରେ ସୋନମଙ୍କୁ ଏକ ଜୁଏଲରୀ ଫ୍ୟାସନ ଶୋରେ ଶୋ ଷ୍ଟପର ଭାବେ ସ୍ପଟ କରାଯାଇଥିଲା । ଏହି ଫ୍ୟାସନ ଶୋ’ରେ ସେ ପତି ଆନନ୍ଦ ଆହୁଜାଙ୍କ ସହିତ ନଜର ଆସିଥିଲେ ।
ଫ୍ୟାସନ ଶୋରେ ସୋନମ ପର୍ପଲ କଲରର ଲେହେଙ୍ଗା ସହିତ ହେଭି ଜୁଏଲରୀ କ୍ୟାରି କରିଥିଲେ । ପର୍ପଲ ଲେହେଙ୍ଗା ଏବଂ ଗହଣାରେ ସୋନମ ନବ ବଧୂ ପରି ଦେଖାଯାଉଥିଲେ । ସେହିପରି ସୋନମଙ୍କ ପତି ଆନନ୍ଦ ହ୍ୱାଇଟ ଏବଂ ବ୍ଲାକ ଡ୍ରେସରେ ନଜର ଆସିଥିଲେ । ଏହି ଶୋ’ରେ ପୁଣିଥରେ ସୋନମ ଏବଂ ଆନନ୍ଦଙ୍କ କେମେଷ୍ଟ୍ରୀ ନଜର ଆସିଥିଲା ।
ଦେଖନ୍ତୁ ଫଟୋ-