ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ଏବେ ଫିଲ୍ମ ଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ଖବରୁ ଶୁଣିବାକୁ ମିଳୁଛି ଯେ ଏହି ଷ୍ଟାର କପଲ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । କିନ୍ତୁ ଦୁହେଁ ନିଜର ବିବାହକୁ ନେଇ କୌଣସି ଘୋଷଣା କରିନାହାଁନ୍ତି । ନିକଟରେ ଫିକ୍କି ଲେଡିଜ ଅରଗାନାଇଜେସନ ପକ୍ଷରୁ ‘ଫାଇଣ୍ଡିଂ ବ୍ୟୁଟି ଇନ ପରଫେକ୍ସନ’ ଶୀର୍ଷକ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ । ଏଠାରେ ମିଡିଆ ତାଙ୍କୁ ବିବାହକୁ ନେଇ ପ୍ରଶ୍ନ କରିବାରୁ ସେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ।
ପତ୍ରକାର ଦୀପିକାଙ୍କୁ ବିବାହ ବିଷୟରେ ପ୍ରଶ୍ନ କରିବାରୁ ସେ କହିଥିଲେ, ‘ମୁଁ ଏହାର ଉତ୍ତର ଦେବି ନାହିଁ । ଏହିପରି ସ୍ଥାନରେ ଏହା ଏକ ଅସମ୍ବେଦନଶୀଳ ପ୍ରଶ୍ନ ।’
ଏହି ଇଭେଣ୍ଟରେ ଦୀପିକା ଡିପ୍ରେସନଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସତର୍କ କରାଇଥିଲେ । ଏହା ସହିତ ଦୀପିକାଙ୍କ କହିବା ଅନୁସାରେ ମହିଳା ମାନଙ୍କୁ ବେଳେବେଳେ ନିଜର ଦାୟିତ୍ୱରୁ ଛୁଟି ନେବା ଆବଶ୍ୟକ । ପରଫେକ୍ଟ ହେବା ଚକ୍କରରେ ମହିଳାମାନେ ନିଜ ବିଷୟରେ ଭାବିବା ବନ୍ଦ କରି ଦିଅନ୍ତି । ତେବେ ନିଜକୁ ଦୋଷୀ ନମାନି ନିଜ ପାଇଁ ସମୟ ବାହାର କରିବା ଉଚିତ ବୋଲି ଦୀପିକା କହିଥିଲେ ।
ଏହା ସହିତ ସେ କହିଥିଲେ ମହିଳାମାନେ କିଛି ନା କିଛି କରିବା ପାଇଁ ଚିନ୍ତାରେ ରହିଥାନ୍ତି । ନିଜ ସମସ୍ୟାକୁ ନ ଲୁଚାଇ ଅନ୍ୟ ଆଗରେ ପ୍ରକାଶ କରିବା ଦରକାର ଏହା ଅନ୍ୟକୁ ମଧ୍ୟ ପ୍ରେରଣା ଦେଇପାରେ ।