ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେସରୀ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ଅକ୍ଷୟ କୁମାର ଏବଂ ଧର୍ମା ପ୍ରଡକ୍ସନ ଉଭୟ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ପୋଷ୍ଟରେ ଅକ୍ଷୟ କୁମାର ସରଦାର ଲୁକରେ ନଜର ଆସିଛନ୍ତି । ତେବେ ଅକ୍ଷୟଙ୍କ ସହିତ ତାଙ୍କ ଫୌଜ ମଧ୍ୟ ସରଦାର ଲୁକରେ ଥିବା ଦେଖିବାକୁ ମିଳିଛି ।
On #SaragarhiDay, here’s the first look of #KESARI – our humble tribute to the martyrs of Saragarhi!
“Aaj meri pagdi bhi Kesari…Jo bahega mera woh lahu bhi Kesari… Aur mera jawaab bhi Kesari.” pic.twitter.com/3ATnT55889— Akshay Kumar (@akshaykumar) September 12, 2018
ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ପରିଣୀତି ଚୋପ୍ରା ନଜର ଆସିବେ । ୧୮୯୭ରେ ହୋଇଥିବା ସାରାଗଢୀ ଯୁଦ୍ଧ ଉପରେ ଏହି ଫିଲ୍ମ ଆଧାରିତ । ୧୮୯୭ରେ ବ୍ରିଟିଶ ସେନାରେ ୨୧ ସରଦାର ଡ୍ୟୁଟିରେ ଥିବା ବେଳେ ସେମାନଙ୍କ ଉପରେ ୧୦ ହଜାର ଅଫଗାନୀ ହାମଲା କରିଥିଲେ । ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ଇଶର ସିଂ । ୧୦ ହଜାର ଆଫଗାନୀ ହାମଲା କରିବା ପରେ ଏହି ୨୧ ସରଦାର ସେଠାରୁ ପଳାଇବା ପରିବର୍ତ୍ତେ ସେମାନଙ୍କ ସହିତ ଲଢିଥିଲେ ଏବଂ ଆଫଗାନୀମାନଙ୍କର ଝାଳ ବୁହାଇଦେଇଥିଲେ । ଖବର ଅନୁସାରେ ଏହି ଫିଲ୍ମ ୨୦୧୯ରେ ହୋଲିରେ ରିଲିଜ ହେବ ।