ଛତୁ ପଲଉ ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ :
୫୦୦ ଗ୍ରା . ବାସୁମତୀ ଚାଉଳ , ୧୦୦ ଗ୍ରା . ଛତୁ , ୨ ଟି ବଡ ପିଆଜ , ୧ ଟି ଛୋଟ କ୍ୟାପସିକମ , ୧ ଛୋଟ ଚାମଚ କଟା ଅଦା , ୪ ଟି କଟା କଞ୍ଚାଲଙ୍କା , ୭ ଟି ଗୋଟା ଗୋଲମରିଚ , ଅଳ୍ପ ଗୋଲମରିଚ ଗୁଣ୍ଡ , ଗୋଟେ ଲେମ୍ବୁର ରସ , ୨ ବଡ ଚାମଚ ଦେଶୀ ଘିଅ ଏବଂ ଆବଶ୍ୟକ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ :
ଚାଉଳକୁ ଧୋଇ ପାଣିରେ ୧୦ ମିନିଟ ବତୁରାଇ ରଖନ୍ତୁ | ଛତୁକୁ ଛୋଟଛୋଟ କାଟି ଧୋଇ ଚିପୁଡିବା ପରେ କଡେଇରେ ଅଳ୍ପ ତେଲ ଦେଇ ଭାଜି ରଖନ୍ତୁ । ଡେକଚିରେ ଘିଅ ଗରମ କରି କଟା ପିଆଜ , କଟା କଞ୍ଚାଲଙ୍କା , ଗୋଟା ଗୋଲମରିଚ , କଟା ଅଦା ପକାଇ ଅଳ୍ପ ସମୟ ଭାଜନ୍ତୁ । ଏବେ କ୍ୟାପସିକମ ଓ ଛତୁ ପକାଇ ଅଳ୍ପ ସମୟ ଭାଜି ଚାଉଳ ପକାନ୍ତୁ । ଭଲଭାବରେ ଗୋଳାଇ ଚାଉଳର ୨ ଗୁଣା ପାଣି , ଆବଶ୍ୟକ ଅନୁସାରେ ଲୁଣ ପକାଇ ଢାକୁଣୀ ଘୋଡାଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ । ଭାତ ଅଧା ହୋଇଗଲେ ଗୋଲମରିଚ ଗୁଣ୍ଡ , ଲେମ୍ବୁରସ ଓ ଦେଶୀ ଘିଅ ପକାଇ ଢାଙ୍କୁଣି ଘୋଡାଇ ଧିମା ଆଞ୍ଚରେ ୫ ମିନିଟ ବସାନ୍ତୁ । ଚୁଲିରୁ ଓହ୍ଲାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ ଛତୁ ପଲଉ ।