ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’୨୦୧୮ର ସବୁଠାରୁ ବଡ ରିଲିଜ ହେବ । ୟଶରାଜ ବ୍ୟାନର ଅନ୍ତର୍ଗତ ଏହି ଫିଲ୍ମରେ ଆମୀର ଖାନଙ୍କ ସହ କ୍ୟାଟରୀନା କୈଫ, ଅମିତାଭ ବଚ୍ଚନ, ଫାତିମା ସନା ମୁଖ୍ୟ ଭୂମିକାରେ ନଜର ଆସିବେ ।
ବିଗତ ଦିନ ଫିଲ୍ମ ନିର୍ମାତା ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ପ୍ରଥମ ପୋଷ୍ଟର ରିଲିଜ କରିଥିଲେ, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା । ମୋଶନ ପୋଷ୍ଟର ଏହାଜଣା ପଡିଥିଲା ଯେ ଅମିତାଭ ଏହି ଫିଲ୍ମରେ ଖୁଦାଭଖ୍ସ ଭୂମିକାରେ ନଜର ଆସିବେ ।
The warrior thug! Iskey nishane se bach ke raho!!!@fattysanashaikh as #Zafira @yrf | @TOHTheFilm | @SrBachchan | #KatrinaKaifhttps://t.co/3d4yoob2FO
— Aamir Khan (@aamir_khan) September 19, 2018
ଏହାପରେ ଆଜି ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଏହି ମୋଶନ ପୋଷ୍ଟରରେ ଫାତିମା ସନା ଶେଖ ହାତରେ ଧନୁ ଧରି ଥିବା ନଜର ଆସିଛନ୍ତି । ପୋଷ୍ଟରକୁ ଦେଖି ଅନୁମାନ ହେଉଛି ଯେ ଫିଲ୍ମରେ ସେ ସୈନ୍ୟ ଭୁମିକାରେ ନଜର ଆସିବେ ।