Only for Entertainment

ରିଲିଜ ହେଲା ରୋମାଣ୍ଟିକ ଓଡିଆ ଫିଲ୍ମ ‘ପ୍ରେମୀ ଦିୱାନା’

Saavn
0 33

ଓଲିଉଡ୍ ପରଦାରେ ମୁକ୍ତିଲାଭ କରିଛି ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମୀ ଦିୱାନା । ସ୍ନେହା ଫିଲ୍ମସ୍ର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ଏକ ରୋମାଂଟିକ୍ – କମେଡି କାହାଣୀକୁ ନେଇ ଗତିଶୀଳ ହୋଇଛି ।

ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ଅଭିନେତା ରୁଦ୍ର । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନବଗତା ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଭିତରେ ବେଶ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି ଏହି ସିନେମାରେ । ସ୍ନେହା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ୨ୟ ଅବଦାନ ଫିଲ୍ମ ‘ପ୍ରେମୀ ଦିୱାନା’ର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର୍ । ଫିଲ୍ମର ପ୍ରଯୋଜନା କରିଛନ୍ତି ଅୟଶକାନ୍ତ ମହାନ୍ତି । ଫିଲ୍ମରେ ଏକ ମନଛୁଆଁ ପ୍ରେମ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର୍ । ଚଳଚ୍ଚିତ୍ର ପ୍ରେମୀ ଦିୱାନାର କାହାଣୀ ଓ ସଂଳାପ ଦେଇଛନ୍ତି ଜମେଶ ସୁକ୍ଳା ।

ଫିଲ୍ମରେ ପ୍ରମୁଖ୍ୟ ଭୂମିକାରେ ପୁପୁନ୍, ପ୍ରିତିରାଜ୍, ଗୁଡୁ, ନଳିନୀ ରାଉତ୍, କୁନମୁନ୍, ଅଂଜାନା ଦାସ୍, ପୃଥ୍ୱୀରାଜ ଓ ମହେଶରାଓ ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି । ଦମଦାର୍ କାହାଣୀ ସହ ମନଲୋଭା ଗୀତ ବି ଶୁଣିବାକୁ ମିଳିଛି ଏହି ଅପକମିଂ ସିନେମାରେ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସରତ ଚନ୍ଦ୍ର ପ୍ରଧାନ ଓ ପିନାକି ପି ଶ୍ରୀଚନ୍ଦନ୍ । ସିନେମାଟି ଏବେ ପରଦାକୁ ଆସିଥିବାବେଳେ, ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More