ଏସିଆ କପ ୨୦୧୮ : ଭାରତୀୟ ଫ୍ୟାନ୍ସ ସୋଏବ ମଲ୍ଲିକଙ୍କୁ କହିଲେ ଜିଜୁ, ତା’ପରେ କ’ଣ ହେଲା ଜାଣିବା ପାଇଁ ଦେଖନ୍ତୁ ଭିଡିଓ ।
ଏସିଆ କପରେ ରବିବାର ଭରତ ଦ୍ୱିତୀୟ ଥର ପାଇଁ ପାକିସ୍ତାନକୁ ହରାଇଛି । ଭାରତ ସହିତ ପ୍ରଥମ ମ୍ୟାଚ ହାରିବା ପରେ ପାକିସ୍ତାନ ଟିମ ବଦଲା ନେବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ କିନ୍ତୁ ଏହା ସଫଳ ହେଲା ନାହିଁ । ପାକିସ୍ତାନକୁ ପୁଣିଥରେ ନିରାଶ ହେବାକୁ ପଡିଲା । ତେବେ ମ୍ୟାଚରେ ଏପରି ଅନେକ କିଛି ଘଟିଛି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥି ମଧ୍ୟରୁ ସୋଏବ ମଲ୍ଲିକଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତୀୟ ଫ୍ୟାନ୍ସ ସୋଏବ ମଲ୍ଲିକଙ୍କୁ ଜିଜୁ କହି ଡାକୁଥିବା ବେଳେ ସୋଏବ ପଛକୁ ଅନାଇ ହସି ହାତ ହଲାଉଥିବାର ଦେଖିବାକୁ ମିଳିଛି । ସୋଏବ ବଉଣ୍ଡ୍ରୀ ଲାଇନରେ ଫିଲଡିଂ କରୁଥିବା ବେଳେ ଭାରତୀୟ ଫ୍ୟାନ୍ସ ତାଙ୍କୁ ଜିଜୁ ବୋଲି ଡାକିଥିଲେ । ସୋଏବ ହାତହଲାଇ ରେସ୍ପନ୍ସ କରିବା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି ।
We Indians ??#INDvPAK pic.twitter.com/PRVF7Bac9l
— Mohit. (@mohit_sharma__) September 23, 2018
କହିରଖୁଛି ଯେ, ପାକିସ୍ତାନ କ୍ରିକେଟ ଷ୍ଟାର ସୋଏବ ମଲ୍ଲିକ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିବା ପରେ ଭାରତୀୟ ଫ୍ୟାନ୍ସ ସୋଏବଙ୍କୁ ଜିଜୁ କହି ଡାକୁଥିବାର ଶୁଣିବାକୁ ମଳିଥାଏ ।