ପୁଣିଥରେ ପରଦାରେ କମାଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଜ୍ୟୋତି-ଝିଲିକ ।
ପୁଣି ପରଦାରେ କମାଲ୍ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ରୋମାଂଟିକ୍ ଯୋଡି ଝିଲିକ୍ ଓ ଜ୍ୟୋତି । ‘ତୁ ମୋ ହିରୋ’ ଏବଂ ‘ଓଲେ ଓଲେ ଦିଲ୍ ବୋଲେ’ ପରେ ଏବେ ଭେଟି ଦେବାକୁ ଯାଉଛନ୍ତି ତୃତୀୟ ଫିଲ୍ମ । ଯାହାର ଟାଇଟେଲ୍ ରହିଛି ‘ପ୍ୟାର୍ ଅଲଗା ପ୍ରକାର’ । ଶୁଭ ମୁହୁରତ ପରେ ଏବେ ଜୋରଦାର ଆରମ୍ଭ ହୋଇଛି ଫିଲ୍ମର ସୁଟିଂ । ପାରିବାରିକ କାହାଣୀରେ ରୋମାନ୍ସ ଓ ଆକ୍ସନ ସ୍ୱାଦ ସହ ଗତିଶୀଳ ହେବ ଫିଲ୍ମ ପ୍ୟାର ଅଲଗା ପ୍ରକାର । ୩ୟ ଥର ପାଇଁ ଓଡିଆ ଫିଲ୍ମରେ ନିଜ ଭାଗ୍ୟ ଆପଣାଇଛନ୍ତି ବେଙ୍ଗୋଲିପରି ଝିଲିକ । ପୂର୍ବ ୨ଟି ଫିଲ୍ମ ଅପେକ୍ଷା ଏଥରକ ଝିଲି ନୂଆ ତଥା ଭିନ୍ନ ଚରିତ୍ରରେ ଦେଖାଯିବେ ।
ଅନ୍ୟପଟେ ୭ଟ ଭିନ୍ନ ଭିନ୍ନ ଫିଲ୍ମର ଭେଟି ଦେବା ପରେ ଏଥରକ ନୂଆ କ୍ୟାରେକ୍ଟର ସହ ପରଦାରେ ଦେଖାଯିବେ ଅଭିନେତା ଜ୍ୟୋତି ।ଫିଲ୍ମରେ ଜ୍ୟୋତିଙ୍କ ରୋମାଟିଂକ ଅବତାର ସହ ଆକ୍ସନ ପ୍ୟାକ ପରଫରମାନ୍ସ ଦର୍ଶକ ଦେଖିବାକୁ ପାଇବେ । ଝିଲି ଓ ଜ୍ୟୋତିଙ୍କ ବ୍ୟତିତ ୩ୟ ପ୍ରମୁଖ କଳାକାଭାବେ ନଜର ଆସିବେ ନବାଗତା ରିଆ । ଯିଏକି ଝିଲିଙ୍କ ସାଙ୍ଗଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପ୍ୟାର ଅଲଗା ପ୍ରକାରର ନିର୍ଦ୍ଦେଶନା ଓ କାହାଣୀ ଦାୟିତ୍ୱ ନେଇଛନ୍ତି ହୀରା ଚୌଧୁରୀ ।ତେବେ ଫିଲ୍ମର ନନଷ୍ଟପ ସୁଟିଂ ଚାଲିଛି ତେବେ ଫିଲ୍ମର ରିଲିଜ ସମ୍ବନ୍ଧରେ କୌଣସି ଦିନ ସ୍ଥିର ହୋଇନଥିବା ସୂଚନା ଦେଇଛି ପ୍ରଡକ୍ସନ ହାଉସ ।ତେବେ ପ୍ୟାର ଅଲଗା ପ୍ରକାରର ସଫଳତା ପାଇଁ ଫିଲ୍ମର ସମସ୍ତ ଷ୍ଟାର ବେଶ ଆଶାବାଦୀ ଅଛନ୍ତି ।
ବିନାୟକ ଫିଲ୍ମସ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାରେ ରୋମାନ୍ସ ସହ ରହିଛି କମେଡି ଓ ଫ୍ୟାମିଲି ଡ୍ରାମାର ହଲକାଫୁଲକା ତଡକା । ପରଦାରେ ହ୍ୟାଟ୍ରିକ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଝିଲିକ୍ ଓ ଜ୍ୟୋତି । ଆଉ ଏମାନଙ୍କ ଅଭିନୟକୁ ପୁଣିଥରେ ଚଳଚ୍ଚିତ୍ର ପ୍ୟାର୍ ଅଲଗା ପ୍ରକାରରେ ଅଡିଏନ୍ସ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।