ରାଜ୍ ଠାକରେଙ୍କ ନାମରେ ଅଭିଯୋଗ ପଡ଼ିଲା ମହଙ୍ଗା, ତନୁଶ୍ରୀଙ୍କ ନାମରେ ମାନହାନୀ ମାମଲା ରୁଜୁ
ପ୍ରଖ୍ୟାତ ବଲିଉଡ୍ କଳାକାର ନାନା ପାଟେକରଙ୍କ ନାମରେ ନତୁଶ୍ରୀ ଦତ୍ତ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ବାସ୍ତବରେ ସତ କ’ଣ ଓ ମିଛ କ’ଣ ଜାଣିବା ପାଇଁ ସଭିଙ୍କ ଭିତରେ ଉତ୍କଣ୍ଠା ରହିଛି। ଅଭିନେତ୍ରୀ ଅଭିଯୋଗ ଆଣିଥିଲେ ଯେ ନାନା ୨୦୦୮ ମସିହାରେ ‘ଓକେ ହର୍ଣ୍ଣ ପ୍ଲିଜ୍’ ସୁଟିଂ ସମୟରେ ସୁଯୋଗ ନେଇ ତନୁଶ୍ରୀଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ।
ଏହାବ୍ୟତୀତ ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ ନାନା ପାଟେକରଙ୍କୁ ଏକ ରାଜନୈନିକ ଦଳର ସମର୍ଥନ ମିଳିଛି। ନାନା ପାଟେକରଙ୍କ ସମର୍ଥନରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍) ପକ୍ଷରୁ ତାଙ୍କୁ ଘେରିଯାଇ ଧମକ ଦେଇଥିଲେ। ଏହାକୁ ଭିତ୍ତିକରି ଅଭିନେତ୍ରୀ ତନୁଶ୍ରୀଙ୍କ ବିରୋଧରେ ଏକ ମାନହାନୀ ମାମଲା ରୁଜୁ ହୋଇଛି।
ଏମ୍ଏନ୍ଏସ୍ର ମୁଖ୍ୟ ରାଜ୍ ଠାକ୍ରେଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ତାଙ୍କ ଉପରେ ଏକ ମାନହାନୀ ମକଦ୍ଦମା ଲାଗିଛି ବୋଲି ଗୁରୁବାର ପୁଲିସ୍ ପକ୍ଷରୁ କୁଯାଯାଇଛି।
ଅପରପକ୍ଷରେ ଏମ୍ଏନ୍ଏସ୍ ପକ୍ଷରୁ କୁହାଯାଇଛି କି ତନୁଶ୍ରୀ ଏପରି ଭାବେ ନିଜ ଆଡ଼କୁ ଲୋକଙ୍କ ଧ୍ୟାନ ବଢ଼ାଇବା ପରେ ବୃହତ୍ ରୟଲିଟି ସୋ’ ‘ବିଗ୍ବସ୍’ରେ ପ୍ରବେଶ କରିବାର ଯୋଜନା ରଖିଛନ୍ତି। ଏପରିକି ଏହି ସୋ’ରେ ତନୁଶ୍ରୀଙ୍କୁ ନ ପୂରାଇ ଦେବା ପାଇଁ ନିକଟରେ ଏମ୍ଏନ୍ଏସ୍ର ସଦସ୍ୟମାନେ ଯାଇ ‘ବିଗ୍ବସ୍’ ପ୍ରଜୋଯକଙ୍କୁ ଧମକ ମଧ୍ୟ ଦେଇଥିଲେ।