ଘରର କେଉଁ ସ୍ଥାନରେ କାନ୍ଥ ଘଂଟା ରଖିବା ଉଚିତ,ପଢନ୍ତୁ ।
ସମୟକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ । କାରଣ ପ୍ରତ୍ୟେକଟି ମୁହୂର୍ତ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଆମର ମାଧ୍ୟମ ହେଉଛି ଘଂଟା । ତେଣୁ ସକାଳୁ ଉଠିବାଠାରୁ ରାତିରେ ଶୋଇବା ଯାଏଁ ଜରୁରୀ ହୋଇଥାଏ ଘଣ୍ଟା। କୁହାଯାଏ ସଠିକ୍ ସ୍ଥାନରେ ଘଣ୍ଟା ରଖିଲେ ଜୀବନରେ ସକରାତ୍ମକ ପ୍ରଭାବ ପଡ଼ିତାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଘଣ୍ଟା ରଖିଲେ ଏହା ଶୁଭଦାୟକ ହୋଇଥାଏ ତାର ଏକ ବିସ୍ତୃତ ବିବରଣୀ ରହିଛି । ଆସନ୍ତୁ ଜାଣିବା ଘଣ୍ଟା କେଉଁଠି ରଖିବା ।
ଦକ୍ଷିଣ ଦିଗରେ ଘଣ୍ଟା ରଖିଲେ ଘରର ସଦସ୍ୟ ମାନଙ୍କ ଆର୍ଥିକ ସମସ୍ୟା ଦେଖା ଦେବା ସହ ଘରର ମୁଖ୍ୟ ଲୋକଙ୍କ ଶରୀର ମଧ୍ୟ ରୋଗଗ୍ରସ୍ତ ରହେ।
ଘରର କବାଟ କିମ୍ବା ଝରକା ଉପରେ ଲଗାଇଲେ ବିଭିନ୍ନ ସମସ୍ୟା ଲାଗି ରହେ।
ପୂର୍ବ ଦିଗରେ ଏହା ରଖିଲେ ଘରେ ଆନନ୍ଦର ବାତାବରଣ ରହିବା ସହ ଆର୍ଥିକ ଉନ୍ନତି ଘଟିଥାଏ।
ପଶ୍ଚିମ ଦିଗରେ ରଖିଲେ ଜୀବନରେ ଉନ୍ନତି ଘଟିଥାଏ ।
ଉତ୍ତର ଦିଗରେ ଲଗାଇଲେ ଧନ ହାନି ସମସ୍ୟା ଦୂର ହେବା ସହ ପରିବାର ମଧ୍ୟରେ ଭଲପାଇବା ବୃଦ୍ଧି ହୋଇଥାଏ।
ଏତଦ୍ ବ୍ୟତୀତ ଘରେ ପେଣ୍ଡୁଲମ୍ ଘଣ୍ଟା ରଖିଲେ ଖରାପ ସମୟ ଦୂର ହେବା ସହ ଧଦହାନି ଦୂର ହୋଇଥାଏ। ଏହାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇଲେ ଏହା ଖୁବ୍ ଭଲ ଫଳ ପ୍ରଦାନ କରେ।