ହାଇ ହିଲ ପିନ୍ଧି ଅଫିସ ଯାଆନ୍ତି ଏହି ବ୍ୟକ୍ତି, ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
କେହି କେହି ହାଇ ହିଲ ପିନ୍ଧିବାକୁ ପସନ୍ଦ କରନ୍ତି ତ ଆଉ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ସାମ୍ନାକୁ ଏଭଳି ଏକ ଘଟଣା ଆସିଛି ଯେଉଁ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ବାସ୍ତବରେ ଅଷ୍ଟ୍ରେଲିଆର ସିଡନୀରେ ଅସଲି ମ୍ୟାକ୍ସୱେଲ ଲ୍ୟାମ ନାମକ ଜଣେ ବ୍ୟକ୍ତି ମହିଳାଙ୍କ ଭଳି ହାଇ ହିଲ ପିନ୍ଧନ୍ତି । ଯଦିଓ ଆପଣଙ୍କୁ ଏହା ମଜାକ ଲାଗୁଥିବ ତଥାପି କଥାଟି ସତ୍ୟ । ଏହି ବ୍ୟକ୍ତି ଜଣକ କର୍ପୋରେଟ ଅଫିସରେ କାମ କରନ୍ତି । ପ୍ରତିଦିନ ସୁଟ ଏବଂ ଟାଇ ସହିତ ହାଇ ହିଲ୍ ପିନ୍ଧି ଅଫିସ ଯାଆନ୍ତି । ଏହା କରିବାର କାରଣ ହେଉଛି ଏହା ତାଙ୍କୁ ଖୁବ ପସନ୍ଦ
ଥରେ ଏହି ବ୍ୟକ୍ତି ଜଣକ ତାଙ୍କ ଅଫିସରେ ଜଣେ ମହିଳାଙ୍କ ସହିତ କଥା ହେଉଥିବା ସମୟରେ ମହିଳା ଜଣକ କହିଲେଯେ ହାଇ ହିଲ ପିନ୍ଧିବା ଦ୍ୱାରା ସେ ଶକ୍ତିଶାଳୀ ଅନୁଭବ କରୁଛନ୍ତି,ସେହି ଦିନଠାରୁ ଏହି ବ୍ୟକ୍ତି ଜଣକ ହାଇ ହିଲ ପିନ୍ଧିବା ଆରମ୍ଭ କରିଛନ୍ତି ।