ଯେବେ ରେଣୁକାଙ୍କ ସାମ୍ନାରେ ହୋଟେଲରେ ରୁମ ସର୍ଭିସ ବଏ କରିବାକୁ ଲାଗିଲା ଖରାପ କାମ ।
ତନୁଶ୍ରୀ ଦତ୍ତା ଏବଂ ନାନା ପାଟେକରଙ୍କ ବିବାଦ ପରେ ମି ଠୁ କ୍ୟାମ୍ପେନ ଏକ ବିରାଟ ରୂପ ନେଇଛି ।ଖୋଲି ହୋଇ ଯାଉଛି ଜଣକ ପରେ ଜଣକ ଗୁମର ।ଏ ପର୍ଯ୍ୟନ୍ତ କେତେକ ମହିଳା ଯୌନ ଉତ୍ପୀଡ଼ନର କେସ ଲଗାଇ ସାରିଛନ୍ତି ।ନାନା ପାଟେକରଙ୍କ ଠାରୁ ଆରମ୍ଭ କରି ସଂସ୍କାରୀ ବାବୁଜୀ ଆଲୋକନାଥଙ୍କ ପର୍ଯ୍ୟନ୍ତ ସମସ୍ତେ ଫସି ଯାଇଛନ୍ତି ଏହି ମି ଠୁ କ୍ୟାମ୍ପେନ ଜାଲରେ ।
ପିଙ୍କଭିଲାକୁ ଦେଇଥିବା ଇଂଟରଭ୍ୟୁରେ ଅଭିନେତ୍ରୀ ରେଣୁକା କହିଛନ୍ତିଯେ,ମୁଁ ଅନ୍ତାକ୍ଷରୀ ସୁଟିଂ ପାଇଁ ନୋଏଡା ଯାଇଥିଲି । ମୁଁ ବହୁତ ଆଉଟ ଡୋର ସୁଟିଂ କରିଛି ତେଣୁ ମୋର ଏକା ରହିବାର ଅଭ୍ୟାସ ଅଛି ।
ଜଣେ ଲୋକ ମୋ ରୁମକୁ ସର୍ଭିସ ପାଇଁ ଆସିଲା । ସର୍ବ ପ୍ରଥମେ ସେ କହିଲାଯେ ମୋର ବହୁତ ବଡ଼ ଫ୍ୟାନ ।ତେଣୁ ମୁଁ ତାକୁ ଧନ୍ୟବାଦ କହିଲି ।ଏହାପରେ ସେ ଖାଦ୍ୟ ରଖିଲା ଏବଂ ଖରାପ କାମ କରିବା ଆରମ୍ଭ କରିଦେଲା । ମୁଁ ହଠାତ ତାକୁ ବାହାର ଯିବା ପାଇଁ କହିଲି ଏବଂ ମ୍ୟାନେଜରକୁ କମ୍ପେ୍ଲନ ଦେବି ବୋଲି ମଧ୍ୟ କହିିଲି ।ଏହାପରେ ମୁଁ ଅନ୍ତାକ୍ଷରୀର ଆସିଷ୍ଟାଂଟକୁ ଡାକିଲି ଏବଂ ସମସ୍ତ କଥା ତାକୁ କହିଲି । ସେହି ଦିନ ଠାରୁ କେବେ ମଧ୍ୟ ମୁଁ ଏକା ରହେ ନାହିଁ ।