ଫେଷ୍ଟିଭାଲ ସିଜନରେ ଘରକୁ ଦିଅନ୍ତୁ ନୂଆ ଲୁକ, ରଙ୍ଗ ବେରଙ୍ଗର ମାଠିଆରେ ସଜାନ୍ତୁ ଘର
ଫେଷ୍ଟିଭାଲ ସିଜନ ଆରମ୍ଭ ହୋଇ ସାରିଛି । ନବରାତ୍ରୀ, କରବା ଚୌଥ ପରେ ଦୀପାବଳୀ ପର୍ବ ଆଗକୁ ଆସୁଛି । ଏବେ ଦୀପାବଳୀ ପର୍ବକୁ ସେଲିବ୍ରେସନ କରିବା ପାଇଁ ଲୋକେ ଚାହିଁ ବସିଛନ୍ତି । ଲୋକେ ପର୍ବରେ ଡ୍ରେସିଂ ସେନ୍ସକୁ ଯେତିକି ଧ୍ୟାନ ଦେଇଥାନ୍ତି ଘରର ସାଜ ସଜ୍ଜାକୁ ମଧ୍ୟ ସେକିତି ପ୍ରାଧାନ୍ୟ ଦେଇଥାନ୍ତି । ଘରର ସାଜ ସଜ୍ଜାରେ ଟିକିଏ ପରିବର୍ତ୍ତନ ଏକ ନୂଆ ଅନୁଭୂତି ଦେଇଥାଏ ।
ଆଜିକାଲି କାଚର ଡେକୋର ଆଇଟମକୁ ବଦଳରେ ଲୋକେ ମାଟିରେ ତିଆରି ଡେକୋରେସନ ପିସକୁ ଅଧିକ ପସନ୍ଦ କରୁଛନ୍ତି । ଯେଉଁଥିରେ ମାଠିଆର ଡିମାଣ୍ଡ ଖୁବ ଅଧିକ ରହିଛି । ମାଠିଆ ଗୁଡିକୁ ମର୍ଡନ ଲୁକ ଦେଇ ଆପଣ ମଧ୍ୟ ଇଣ୍ଟେରିଅରରେ ନୂଆ ପଣ ଆଣିପାରିବେ । ଏହା ଇକୋ ଫ୍ରେଣ୍ଡଲି ହେବା ସହିତ ଘରକୁ ଏକ ନୂଆ ଲୁକ ଦେଇଥାଏ । ମାଟିର ପିସକୁ ଆପଣ ଡ୍ରଇଂ ରୁମ, ବେଡରୁମ, ବଗିଚା, ଲିଭିଂ ରୁମରେ ଆଦି ସଜାଇ ପାରିବେ । ଆସନ୍ତୁ ଦେଖିବା କିଛି ନୂଆ ମାଟିର ମାଠିଆ ଯାହା ଦ୍ୱାରା ଆପଣ ଘରକୁ ଏକ ଭିନ୍ନ ଲୁକ ଦେଇପାରିବେ ।
ମାଠିଆରେ ରଙ୍ଗ ବେରଙ୍ଗର ପେଣ୍ଟିଂ
ହେଲୋବେନ ଥିମ ସହିତ ଝୋଟ କାମ
ଟ୍ରାଡିସନାଲ ଥିମ ସହିତ ମାଠିଆ ଡେକୋରେସନ
ମାଠିଆରେ ପର୍ଲ ୱାର୍କ
ଜୟପୁରୀ ଥିମ ସହିତ ମାଠିଆ ଡେକୋରେସନ
ନୀଳ ଏବଂ ଗୋଲଡେନର ସୁନ୍ଦର କମ୍ବିନେସନ
ମାଟିରେ ନିର୍ମିତ ସୁନ୍ଦର ଡେକୋରେସନ ପିସ
ହ୍ୟାଙ୍ଗିଙ୍ଗ ମାଠିଆରେ ସଜାନ୍ତୁ ଘର