ଏକତା କପୂରଙ୍କ ସିରିଅଲ କସୌଟି ଜିନ୍ଦେଗୀ କି ‘ରେ ଫ୍ୟାନ୍ସ କମୋଲିକାର ଚେହେରା ଦେଖିବା ଲାଗିବା ଖୁବ ଉତ୍ସୁକ ଅଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ସିରିଅଲରେ ହିନା ଖାନ କମୋଲିକା ରୂପରେ ନଜର ଆସିବେ । ହିନା ଏବେ ସିରିଅଲ ସୁଟିଂ ଆରମ୍ଭ କରି ଦେଇଛନ୍ତି , ଏବଂ ଦୁଇ ଦିନ ତଳେ ଏକତା କପୂର ହୀନାଙ୍କ ଲୁକ ବିଷୟରେ କିଛି ସୋସିଆଲ ମିଡିଆରେ ଶେୟାର କରିଥିଲେ । ମାତ୍ର ସେହି ଫଟୋରେ ହୀନାଙ୍କ ଚେହେରା ପରିଷ୍କାର ନଜର ଆସୁନଥିଲା ।
ବିଗତ ଦିନରେ ହୀନାଙ୍କ ବଡି ଡବଲ ଦେଖି ଦର୍ଶକ ମଧ୍ୟ କନଫ୍ୟୁଜ ହୋଇଯାଇଥିଲେ , ଏଭଳି ମଧ୍ୟ କହିଥିଲେ ଯେ ହୀନା କମୋଲିକା ହେଉ ନାହାନ୍ତି । ଯଦି ଆପଣ ମଧ୍ୟ ଏହା ଭାବୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ହୀନାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ହୀନାଙ୍କ ଏହି ଫଟୋକୁ ଦେଖି ଫ୍ୟାନ୍ସ ନିଶ୍ଚୟ ଖୁସି ହୋଇଯିବେ । ଏଥିରେ ତାଙ୍କର କମୋଲିକା ଗେଟଅପ ନଜର ଆସିଛି । ଯାହାକୁ ଏକତା ମଧ୍ୟ ଶେୟାର କରିଛନ୍ତି ।
View this post on Instagram
Bihar ka bewagpan aur bengal ki adaa …. welcome @realhinakhan as KOMOLIKA ???❤️?????????
ଏଠାରେ ଆମେ କହି ରଖୁଛୁ ଯେ ହୀନା ସିରିୟଲ କସୌଟି ଜିନ୍ଦେଗୀ କେ ଜରିଆରେ ପ୍ରଥମ ଥର ନେଗେଟିଭ ରୋଲରେ ନଜର ଆସିବେ ।