ନବରାତ୍ରି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ଆଳୁ ହାଲୁଆ
ଅନେକ ଲୋକ ନବରାତ୍ରୀ ରେ ବ୍ରତ ରଖିଥାନ୍ତି । ଯଦି ଆପଣ ମଧ୍ୟ ବ୍ରତ କରିଛନ୍ତି ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏକ ସ୍ୱାଦିଷ୍ଟ ରେସିପି ବତାଇବୁ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ସହଜ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଏହି ଆଳୁ ହାଲୁଆ ପ୍ରସ୍ତୁତି ପ୍ରଣାଳୀ ।
ସାମଗ୍ରୀ
ଘିଅ- ୧୦୦ଗ୍ରାମ
ସିଝା ଆଳୁ- ୫୦୦ଗ୍ରାମ
ଚିନି- ୧୪୦ଗ୍ରାମ
ଗୁଜୁରାତି ପାଉଡର- ୧ ୧/୨ କପ
ବାଦାମ- ୧୫ଗ୍ରାମ
କାଜୁ-୧୫ଗ୍ରାମ
ବାଦାମ- ସଜାଇବା ପାଇଁ
ପ୍ରସ୍ତୁତି ପ୍ରଣାଳୀ:
ଆଳୁ ହାଲୁଆ ପ୍ରସ୍ତୁତି କରିବା ଲାଗି ପ୍ରଥମେ କଢେଇ ବସାନ୍ତୁ । ଏଥିରେ ୫୦୦ଗ୍ରାମ ସିଝା ଆଳୁକୁ ଭଲ ଭାବେ ଚକଟି କଢାଇ ରେ ନାଲି ହେବା ଯାଏ ଫ୍ରାଇ କରନ୍ତୁ ।
ଏବେ ଏଥିରେ ୨୦୦ମିଲି ଲିଟର କ୍ଷୀର, ୧୪୦ ଗ୍ରାମ ଚିନି, ଅଧା ଚାମଚ ଗୁଜୁରାତି ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ ।
ହାଲୁଆକୁ ୫ରୁ ୭ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାନ୍ତୁ, ଯେପରି ଚିନି ଭଲ ଭାବେ ମିଶିଯିବ । ଏବେ ଏଥିରେ ବାଦାମ ଏବଂ କାଜୁ ପକାଇ ୩ରୁ ୫ମିନିଟ ପର୍ଯ୍ୟନ୍ତ ଗୋଳାନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ । ଏବେ ଏହାକୁ ସଜାଇ ପରସନ୍ତୁ ।