ଆଜିର ଶିଶୁ କାଲିର ଭବିଷ୍ୟତ । ସେମାନଙ୍କର ଭୁଲକୁ ଅଣଦେଖା ନକରି ସଠିକ ଭାବେ ଗଢିବା ପାଇଁ ଆପଣାନ୍ତୁ ଏହି ଉପାୟ ।
ଅନେକ ସମୟରେ ଆମେ ପିଲାମାନଙ୍କର ଭୁଲ୍ ଦେଖିବା ପରେ, ଛୋଟ ପିଲା ବୋଲି କହି ଅଣଦେଖା କରି ଦେଇଥାଉ। ମାତ୍ର ମନେ ରଖନ୍ତୁ ପିଲା ଭୁଲ୍ ହୁଏତ ଛୋଟ ଅବସ୍ଥାରେ କରିଥାଏ; ମାତ୍ର ସେହି ଭୁଲ୍ କରିବାର ଅଭ୍ୟାସ ସେ ବଡ଼ ହେବା ପର୍ଯ୍ୟନ୍ତ ମଧ୍ୟ ଛାଡ଼େ ନାହିଁ। ଛୋଟପିଲା କହି ସେମାନଙ୍କ ଭୁଲକୁ ଅଣ ଦେଖା କରନ୍ତୁ ନାହିଁ। ଯଦି ନିଜ ପିଲାଙ୍କୁ ସ୍ୱତନ୍ତ୍ର କରାଇବାକୁ ଚାହାନ୍ତି ତେବେ ନିମ୍ନଲିଖିତ କେତେକ ଜିନିଷକୁ ଆପଣଙ୍କୁ ନିଶ୍ଚୟ ଧ୍ୟାନ ଦେବାକୁ ହେବ।
- ପିଲାଙ୍କ ସମ୍ମୁଖରେ ଅନ୍ୟ କାହାର ନିନ୍ଦା କରନ୍ତୁ ନାହିଁ।
- ସେମାନଙ୍କ ସାମ୍ନାରେ ଯଥା ଚେଷ୍ଟା କରନ୍ତୁ ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ।
- ସେମାନଙ୍କ ସମ୍ମୁଖରେ ଘରର ଆର୍ଥିକ ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଆଲୋଚନା କରନ୍ତୁ ନାହିଁ ।
- ପିଲା ଖାଇବା ସମୟରେ ଜିିଦି କରୁଥିଲେ ଗପ କୁହନ୍ତୁ, ଗୀତ ଗଆନ୍ତୁ, ବୁଲେଇକି ଖୁଆନ୍ତୁ ହେଲେ ଖାଇ ଦେଲେ ଏସା ଦେବି ତେସା ଦେବି ବୋଲି ଲାଞ୍ଚ ଯାଚନ୍ତୁ ନାହିଁ ।
- ମଜାରେ ବି ହେଉ ପଛେ କୌଣସି ବଡ଼ ଲୋକଙ୍କୁ ହାତ ଉଠାଇ ମାରିବା ପାଇଁ ପିଲାଙ୍କୁ ଉସୁକେଇବା ସବୁଠାରୁ ବଡ଼ ଭୁଲ ।
- ସେମାନଙ୍କ ମନଲାଖି ପୋଷାକ ଦିଅନ୍ତୁ; ହେଲେ ପୋଷାକର ଦର ବତାନ୍ତୁ ନାହିଁ ।
- ସେମାନେ କରୁଥିବା ସମସ୍ତ ଜିଦିକୁ ପୂରା କରନ୍ତୁ ନାହିଁ। ସବୁ ଜିିଦିକୁ ଅଣଦେଖା କରିବା ବି ଅନୁଚିତ୍ ।
- ପାଠପଢ଼ା କ୍ଷେତ୍ରରେ ସେମାନଙ୍କ ମନରେ ପ୍ରତିଦ୍ୱନ୍ଦ୍ୱୀ ଭାବ ସୃଷ୍ଟି କରାଇବା ଖୁବ୍ ଭଲ ।
- କଳି,ଝଗଡ଼ାରୁ ସେମାନଙ୍କୁ ଦୂରେଇ ରଖନ୍ତୁ ।
- ଗପ ଶୁଣିବାକୁ ମନ କରୁଥିଲେ ସେମାନଙ୍କୁ ପ୍ରେରଣାଦାୟୀ କାହାଣୀ ଶୁଣାନ୍ତୁ ।