ପପୁଲାର ସେଲିବ୍ରେଟି ଚାର୍ଟ ଶୋ କଫି ୱିଥ କରନର ପ୍ରଥମ ପ୍ରମୋ ଜାରି ହୋଇଛି ।ଚଳିତ ସିଜନର ପ୍ରଥମ ଅତିଥି ଭାବେ ଶୋରେ ପହଁଚିଛନ୍ତି ବଲିଉଡର ଦୁଇଜଣ ଆଗଧାଡିର ନାୟିକା ଦୀପିକା ପାଦୁକୋନ ଓ ଆଲିଆ ଭଟ୍ଟ ।
ଡ୍ରାମା, ମସ୍ତି, ଫନ ଓ ଏଟଂରଟେନମେଂଟର ନୂଆ ସ୍ୱାଦ ସହ ଫେରୁଛି ଛୋଟପରଦାର ସବୁଠୁ ଅଧିକ ଲୋକପ୍ରିୟ ଚାର୍ଟ ଶୋ କଫି ୱିଥ କରନ ।ନୂଆ ସିଜନ ସହ ନୂଆ ଅତିଥିଙ୍କୁ ନେଇ ଫିଲ୍ମ ନିର୍ମାତା କରନ ଜୋହର ଛୋଟପରଦାକୁ ଫେରୁଛନ୍ତି ।ଏବେ ଜାରି ହୋଇଛି ନୂଆ ସିଜନର ପ୍ରଥମ ପ୍ରମୋ । ପ୍ରମୋରେ ନଜର ଆସିଛନ୍ତି ବଲିଉଡର ୨ଜଣ ଆଗଧାଡିର ନାୟିକା ଦୀପିକା ପାଦୁକୋନ ଓ ଆଲିଆ ଭଟ୍ଟ ।ଶୋରେ ପହଁଚି ଉଭୟ ଆଲିଆ ଓ ଦିପିକା ଫିଲ୍ମ କ୍ୟାରିୟର ସହ ପର୍ସନାଲ ଲାଇଫ ସମ୍ବନ୍ଧରେ ଅନେକ କଥା ହୋଇଛନ୍ତି ।
ଅନ୍ୟପଟେ ଶୋର ନିର୍ମାତା ତଥା ହୋଷ୍ଟ କରନ କହିଛନ୍ତି କି ଆଲିଆ ଓ ଦୀପିକାଙ୍କୁ ଏନେଇ ପ୍ରସ୍ତୁତ ହୋଇଥିବା ପ୍ରଥମ ଏପିସୋଡ ବେଶ ଏଟଂରଟେନିଙ୍ଗ ହୋଇଛି । ବିଟାଉନର ୨ଜଣ ହିଟ ନାୟିକାଙ୍କ ସହ ଏଥରକ କଫି ୱିଥ କରନ ଆରମ୍ଭ ହେବା ନେଇ ସେ ବେଶ ଖୁସି ଥିବା କହିଛନ୍ତିି କରନ । ଅକ୍ଟୋବର ୨୧ରୁ ଶୋର ପ୍ରସାରଣ ଆରମ୍ଭ ହେବ ।ଏଥିସହ ପ୍ରତ୍ୟେକ ଏପିସୋଡରେ ବିଟାଉନର ଅନେକ ସେଲିବ୍ରେଟି ଅତିଥିଙ୍କ ସହ ଗପସପ କରିବେ କରନ ।