ସୋନା ମହାପାତ୍ରଙ୍କ ପରେ ଏହି ଲୋକପ୍ରିୟ ଗାୟିକା ଆଣିଲେ ଅନୁ ମଲ୍ଲିକଙ୍କ ଉପରେ ଅଭିଯୋଗ !
ପ୍ରଥମେ ସୋନା ମହାପାତ୍ର ଆଉ ଏବେ ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର ଶ୍ୱେତା ପଣ୍ଡିତ୍ ଅନୁ ମଲ୍ଲିକ୍ଙ୍କ ନାମରେ ଆଣିଛନ୍ତି ଅସ୍ଦାଚରଣ ଅଭିଯୋଗ। ଶ୍ୱେତାଙ୍କ କହିବା କଥା ହେଲା ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ରେକଡ଼ିଂ ଷ୍ଟୁଡିଓରେ ତାଙ୍କୁ ହାରେସ୍ମେଣ୍ଟ କରିଥିଲେ ଅନୁ। ଏନେଇ ଶ୍ୱେତା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେ ଭୋଗିଥିବା ନିର୍ଯାତନାକୁ ବଖାଣିଛନ୍ତି ।
ସେ ଲେଖିଛନ୍ତି ଯେ, ୨୦୦୦ ମସିହାରେ ଫିଲ୍ମ ମହବତେଁତେ ତାଙ୍କୁ ଲିଡ୍ ସିଙ୍ଗର ଭାବେ ଅଫର କରାଯାଇଥିଲା। ସେହି ସମୟରେ ଅନୁ ମଲ୍ଲିକଙ୍କ ମ୍ୟାନେଜର ତାଙ୍କୁ ଖୁସି ମିଜାଜରେ ହସି ହସି ଫୋନ୍ କରିଥିଲେ। ମତେ ତାଙ୍କୁ ତାଙ୍କ ଅଫିସିଆଲ୍ ଏମ୍ପେୟାର୍ ଷ୍ଟୁଡିକୁ ନିମନ୍ତ୍ରଣ କରାଯାଇଥିଲା। ଯେତେବେଳେ ମୁଁ ଏବଂ ମୋ ମା’ ଷ୍ଟୁଡିଓରେ ପହଞ୍ଚିଲୁ ସେତେବେଳେ ଚଳଚ୍ଚିତ୍ର ‘ଆୱାରା ପାଗଲ ଦିୱାନା’ ପାଇଁ ଶାନ୍ ଏବଂ ସୁନିଧି ଚୌହାନ୍ଙ୍କ ସହ ଗ୍ରୁପ୍ ସଙ୍ଗ ରେକଡ଼ିଂ ଚାଲିଥିଲା। ସେତେବେଳେ ଅନୁ ମତେ ବିନା ମ୍ୟୁଜିକ୍ରେ ଗୀତ ଗାଇବା ପାଇଁ କହିଥିଲେ।
ତେଣୁ ମୁଁ ‘ହର୍ ଦିଲ୍ ଜୋ ପ୍ୟାର୍ କରେଗା’ ଗୀତ ଗାଇଲି। ଜବାବରେ ଅନୁ ମଲ୍ଲିକ୍ କହିଥିଲେ ମୁଁ ତୁମକୁ ଗୀତ ଗାଇବା ପାଇଁ ସୁଯୋଗ ଦେବି, ପ୍ରତିବଦଳରେ ତୁମେ ମତେ କିସ୍ କରିବାକୁ ପଡ଼ିବ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଶ୍ୱେତା ଲେଖିଛନ୍ତି ଯେ, ମତେ ସେତେବେଳେ ୧୫ ବର୍ଷ ହୋଇଥିଲା। ସ୍କୁଲ ଯାଉଥିଲି। ମୁଁ ତାଙ୍କୁ ଅଙ୍କଲ ବୋଲି ଡାକୁଥିଲି। ଅନୁ ମଲ୍ଲିକ ଆମ ପରିବାରର ସମ୍ପର୍କୀୟ ହେବେ। ସେ ମୋ ବାପାଙ୍କର ଭାଇ ଭଳି ହେବେ। ଅନୁଙ୍କର ବି ଦୁଇ ଝିଅ ବଡ଼ ହୋଇଯାଇଥିଲେ । ଶ୍ୱେତା ପ୍ରଶ୍ନ କରିଛନ୍ତି ଯେ, କ’ଣ କେହି ଜଣେ ବାପା ତାଙ୍କ ଝିଅଙ୍କ ପାଖରେ ଏମିତି ଡିମାଣ୍ଡ କରିପାରେ? ଜୀବନର ସେହି ମୂହୁର୍ତ୍ତକୁ ମୁଁ କେବେ ଭୁଲିପାରିବ ନାହିଁ ବୋଲି ଶ୍ୱେତା ଲେଖିଛନ୍ତି ।