ଭାଇ ଅର୍ଜୁନଙ୍କ ଫିଲ୍ମ ଦେଖିବାକୁ ଏହି ଅନ୍ଦାଜରେ ପହଂଚିଲେ ତିନି ଭଉଣୀ ।
ଅର୍ଜୁନ କପୁର ଏବଂ ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ନମସ୍ତେ ଇଂଲଣ୍ଡ ୧୯ ତାରିଖ ଅର୍ଥାତ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ପୂର୍ବରୁ ଏହାର ଖାସ ସ୍କ୍ରିନିଙ୍ଗ ରଖାଯାଇଛି । ସେଥିପାଇଁ ମସସ୍ତ ସେଲିବ୍ରେଟୀ ସ୍କ୍ରିନିଂରେ ପହଂଚିଥିଲେ ।
ସବୁଠାରୁ ଖାସ କଥା ହେଉଛି ଅର୍ଜୁନଙ୍କ ତିନି ଭଉଣୀ ଜାହ୍ନବୀ,ଖୁସି ଏବଂ ଅଂଶୁଳା ଏକା ସାଙ୍ଗରେ ନଜର ଆସିଛନ୍ତି । ସେହି ଫଟୋକୁ ସୋସିଆଲ ମିଡିଆରେ ଖୁବ ଶେୟାର କରାଯାଇଥିବା ଦେଖିବାକୁ ମିଳିଛି ।
ଜାହ୍ନବୀଙ୍କ ଫିଲ୍ମ ଧଡ଼କ ବକ୍ସ ଅଫିସରେ ଭଲ ଇନକମ କରିଥିଲା । ଏବେ କରଣ ଜୋହରଙ୍କ ଫିଲ୍ମରେ ତଖ୍ତରେ ମୁଖ୍ୟ ଚରିତ୍ରରେ ନଜର ଆସିପାରନ୍ତି ।
ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଦୁଇ ପରିବାର ଅଧିକ ଘନିଷ୍ଠ ହୋଇ ଯାଇଛନ୍ତି ।