ଏହି ସ୍ଥାନରେ କଇଁଚିରେ ନୁହେଁ ବରଂ କୁରାଢୀରେ କଟାଯାଏ କେଶ ।
ଲୋକଙ୍କୁ କଇଁଚିରେ କେଶ କାଟିବାର ତ ଆପଣ ଦେଖଥିବେ ନିଶ୍ଚୟ । କିନ୍ତୁ ଏଥିପାଇଁ ଜୀବନକୁ ବାଜି ଲଗାଇଥିବା ଲୋକ ଆପଣ ଖୁବ କମ ଦେଖିଥିବେ ।ବାସ୍ତବରେ ଏହି କାହାଣୀ କୁରାଢୀରେ କେଶ କାଟୁଥିବା ଜଣେ ହେୟାର ଡ୍ରେସରଙ୍କ କାହାଣୀ ।ଏସିଅନ ହେୟାର ଡ୍ରେସର ଡାନିଏଲ ଇଷ୍ଟୋମିନଙ୍କ ନିକଟକୁ ଲୋକ କଇଁଚିରେ ନୁହେଁ ବରହ କୁରାଢୀରେ କେଶ କାଟିବାକୁ ଯାଆନ୍ତି ।
ଡାନିଏଲ ଏକ ଭିଡ଼ିଓ ଶେୟାର କରି ଏହାର ନମୁନା ଦେଖାଇଛନ୍ତି । ଲୋକ ଏଠାରେ ବିନା ଡରରେ କେଶ କାଟୁଛନ୍ତି । ଡାନିଏଲଙ୍କ କହିବା ଅନୁସାରେ କଇଁଚି ଅପେକ୍ଷା ତାଙ୍କୁ କୁରାଢୀରେ କେଶ କାଠିବାକୁ ସହଜ ଅନୁଭବ ହେଉଛି । ଆଜି ପର୍ଯ୍ୟନ୍ତ କାହାକୁ ମଧ୍ୟ କୌଣସି ପ୍ରକାରର କ୍ଷତ ପହଂଚି ନାହିଁ ।