ବଲିଉଡ ଅଭିନତ୍ରୀ ଦିଶା ପଟାନୀ କିଛି ଦିନ ହେବ ଭାଇରାଲ ହେଉଥିବା ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଭିଡିଓରେ ଦିଶା ପଟାନୀ ଜବରଦସ୍ତ ଷ୍ଟଂଟ କରୁଥିବାର ନଜର ଆସେ ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି । ଅସଲରେ ଏହା ଦିଶାଙ୍କ ଫିଟନେସ ଭିଡିଓ ଯାହା ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଛି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ଭାରତରେ ଦିଶା ଜବରଦସ୍ତ ଅଭିନୟ କରୁଥିବାର ନଜର ଆସିବେ, ଯେଉଁଥିପାଇଁ ସେ କଡା ମେହନତ କରୁଛନ୍ତି । ଏହାର ଏକ ଭିଡିଓ ଦିଶା ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । କିଛି ଘଂଟା ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୧୩ଲକ୍ଷ ୯୮ହଜାର ୨୫୮ଭ୍ୟୁ ମିଳି ସାରିଛି । ଏଥିରୁ ଆପଣ ଅନୁମାନ ଲଗାଇ ପାରୁଥିବେ ଯେ ଦିଶାଙ୍କ ଭିଡିଓକୁ କେତେ ମାତ୍ରାରେ ପସନ୍ଦ କରାଯାଉଛି ।
ଏଠାରେ ଆମେ କହି ରଖୁଛୁ ଯେ ଦିଶା ଖୁବ ଶୀଘ୍ର ସଲମାନ ଷ୍ଟାରର ଫିଲ୍ମରେ ନଜର ଆସିବେ । ଏହାସହ ଶୁଣିବାକୁ ମିଳିଛି ଯେ ସଲମାନଙ୍କ ଦିଶା ଷ୍ଟଂଟ କରୁଥିବାର ନଜର ଆସିବେ । ଏହି କାରଣରୁ ସେ ଜବରଦସ୍ତ ୱାର୍କଆଉଟ କରୁଛନ୍ତି । ଭାରତ ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟରୀନା କୈଫ, ତବୁ ଏବଂ ସୁନୀଲ ଗ୍ରୋବର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ଇଦରେ ରିଲିଜ କରାଯିବ ।