ମି ଟୁ: ଅଭିନେତ୍ରୀଙ୍କ ଅଭିଯୋଗ, ଡ୍ରେସ ଖୋଲିବାକୁ କହିଥିଲେ ନିର୍ଦ୍ଦେଶକ ।
ଅଭିଯାନ ଦ୍ୱାରା ନିକଟରେ ଯୌନ ଶୋଷଣକୁ ନେଇ କେତେକ ମାମଲା ସାମ୍ନାକୁ ଆସିଛି । ବିଶେଷ କରି ବଲିଉଡରେ ଏହା ଅଧିକାଂଶ ମାତ୍ରାରେ ଦେଖିବାକୁ ମିଳିଛି । ଏହି ଟ୍ରେଣ୍ଡରେ ଏବେ ଯୋଡ଼ି ହୋଇ ଯାଇଛନ୍ତି ‘ଦିଲ ସେ ଦିଲ ତକ’ର ଲିଡ ଅଭିନେତ୍ରୀ ଜସ୍ମିନ ଭସିନ ।
ଜୁମ ଟିଭିକୁ ନିଜ ମି ଟୁ ଷ୍ଟୋରୀ ଶେୟାର କରି କହିଛନ୍ତିଯେ ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି ସେତେବେଳେ ଭିନ୍ନ ଭିନ୍ନ ସ୍ଥାନକୁ ଅଡିସନ ଏବଂ ମିଟିଂ ପାଇଁ ଯାଉଥିଲି । ସେହି ସମୟରେ ମୋ ଏଜେନ୍ସି ମୋତେ ଏକ ମିଟିଂ ବିଷୟରେ କହିଲେ । ସେ କହିଲେ ଜଣେ ନିର୍ଦ୍ଦେଶକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଏବଂ ତୁମେ ସେଠାକୁ ଯାଇ ଅଡ଼ିସନ ଦେବା ଉଚିତ ।ଏହାପରେ ମୁଁ ସେଠାକୁ ଯାଇଥିଲେ । ନିର୍ଦ୍ଦେଶକର ଅଫିସ ଥିଲା ବର୍ସୋବାରେ । ଆମେ କଥାବାର୍ତ୍ତା ହେଲୁ ।ମୋତେ କିଛି ଅଜବ ଲାଗିଲା । ଏହାପରେ ସେ ମୋତେ ପଚାରିଲେ ଆପଣ ଅଭିନେତ୍ରୀ ହେବା ପାଇଁ କେଉଁ ପର୍ଯ୍ୟନ୍ତ ଯାଇପାରିବେଚଥା ମଧ୍ୟରେ ସେ କହିଲେଯେ ମୁଁ ତୁମକୁ ବିକନିରେ ଦେଖିବାକୁ ଚାହୁଁଛି । ତୁମେ କପଡ଼ା ବାହାର କରି ଦେଖାଇବ କି?ମୁଁ ବୁଝିଗଲିଯେ ଏଠାରେ ସମସ୍ୟା ଅଛି । ମୁଁ ତାଙ୍କୁ କହିଲିଯେ ରୋଲ ପାଇଁ ଏଭଳି ତ କିଛି ଡିମାଣ୍ଡ ନାହିଁ । ତେଣୁ ମୁଁ ଭାବୁନି କୌଣସି ଝିଅ ସହିତ ଏଭଳି କଥା ହେବା ଉଚିତ ।
ନିର୍ଦ୍ଦେଶକ କହିଲାଯେ ମୁଁ କେବଳ ତୁମ ବଡି ଲୁକ୍ସ ଦେଖିବାକୁ ଚାହୁଁଛି । ଏହାପରେ ଜସ୍ମିନ ଚାଲାକ କରି କହିଲେଯେ ମୁଁ ଏବେ ସେଭଳି ସ୍ଥତିରେ ନାହିଁ,ତେଣୁ ଆଉ କେବେ ଦେଖା ହେବ,ଏହାପରେ ସେ ସେଠାରୁ ଚାଲି ଆସିଲେ ଏବଂ ଏଜେନ୍ସକୁ କଲ କରି ଏହା ଜଣାଇଲେ । ଏଜେନ୍ସି ଏଥିପାଇଁ ଭୁଲ ମଧ୍ୟ ମାଗିଲା ।