ଓଡ଼ିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫ୍ ଏମରେ ରିଲିଜ ହେଲା ନୂଆ ରୋମାଣ୍ଟିକ ଗୀତ ‘ପ୍ରେମ କରିବାଟା ନିହାତି ଜରୁରୀ’ । ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ ଏବଂ କଣ୍ଠ ଦାନ କରିଛନ୍ତି ସ୍ୱୟଂ ପାଢୀ । ସଙ୍ଗୀତ ନିର୍ଦ୍ଦେଶନା କାର୍ତ୍ତିକ କୁମାର ଦେଇଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ ବେହେରା । ଗୀତଟିର କ୍ରିଏଟିଭ୍ ସୁପରଭିଜନ କରିଛନ୍ତି ସଂଗ୍ରାମ ମିଶ୍ର । ମିଲନ୍ ଷ୍ଟୁଡିଓ ଏବଂ ଏମଆରଆର୍ ଷ୍ଟୁଡିଓରେ ଗୀତଟି ରେକଡିଂ ଓ ମିକ୍ସିଙ୍ଗ ହୋଇଛି ।
ରେଡିଓ ଚକଲେଟରେ ଆରଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ କାର୍ଯ୍ୟକ୍ରମ’ରୁ ଏହି ଗୀତଟି ଶ୍ରୋତାମାନେ ଶୁଣିପାରିବେ । ରେଡିଓ ଚକଲେଟର ୟୁଟ୍ୟୁବ ପେଜରେ ଏହାର ଷ୍ଟୁଡିଓ ଭର୍ସନ ଉପଲବ୍ଧ । ଏହା ସହ ଶ୍ରୋତାମାନେ ରେଡିଓ ଚକଲେଟର ଆପରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟର ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ ।