କ୍ୟାନସର କଷ୍ଟ ଭୂଲି ପ୍ରିୟଙ୍କା ବ୍ରାଇଡଲ ସାୱରରେ ପହଂଚିଲେ ସୋନାଲୀ ବେନ୍ଦ୍ରେ, ଦେଖନ୍ତୁ !
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଶୁଣିବାକୁ ମିଳିଥିଲା ଯେ ପ୍ରିୟଙ୍କା ଚୋପ୍ରା ୨ଡିସେମ୍ବରରେ ଯୋଧପୁରରେ ବିବାହ କରିବେ ।
ନିକଟରେ ପ୍ରିୟଙ୍କାଙ୍କ ବ୍ରାଇଡାଲ ସାୱର ରଖିଥିଲେ , ଅନେକ ପରିବାର ଲୋକ ଏବଂ ବନ୍ଧୁ ଏହି ଫଙ୍କସନରେ ଯୋଗ ଦେଇଥିଲେ । ଏହି ଅବସରରେ ସେଠାରେ କ୍ୟାନସର ରୋଗ ଭୂଲି ସୋନାଲୀ ବେନ୍ଦ୍ରେ ମଧ୍ୟ ଉପସ୍ଥିତ ହୋଇଥିଲେ । ସୋନାଲୀ ଏଠାରେ ନୀତୁ କପୂରଙ୍କ ସହ ପହଂଚିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ ହିଁ ନିଜ କ୍ୟାନସର ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି ଏବଂ ନୀତୁ କପୂର ସ୍ୱାମୀ ଋଷି କପୂରଙ୍କ ଚିକିତ୍ସା ପାଇଁ ସେଠାରେ ଅଛନ୍ତି ।
.@iamsonalibendre and #NeetuKapoor party hard at @priyankachopra‘s bridal shower#PriyankaBridalShower pic.twitter.com/J8npSicjJL
— BombayTimes (@bombaytimes) October 30, 2018
ପ୍ରିୟଙ୍କାଙ୍କ ବ୍ରାଇଡାଲ ସାୱର ପାର୍ଟି ଉପଭୋଗ କରିଥିବାର ଫଟୋ ନୀତୁ କପୂର ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ଲମ୍ବା ସମୟ ଧରି ସୋନାଲୀ ଚିକିତ୍ସିତ ହେଉଛନ୍ତି । ନିଜ ରୋଗର ଖୁଲାସା ନିଜେ ସୋନାଲୀ ସୋସିଆଲ ମିଡିଆରେ କରିଥିଲେ ।