ସିଲ ସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟି ଧାମିଙ୍କ ପରେ ଶୋ ଛାଡ଼ିଲେ ଏହି ଆକ୍ଟର ।
କଲର୍ସରେ ପ୍ରସାରିତ ଶୋ ‘ସିଲସିଲା ବଦଲତେ ରିସ୍ତୋଁ କା’ରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳିଥାଏ । ନିକଟରେ ଶୋ’କୁ ନେଇ ଏକ ଚାଂଚଲ୍ୟକର ଖବର ଆସିଥିଲା । ଖବର ମୁତାବକ ସିରିଅଲର ଲିଡ ଦ୍ରଷ୍ଟି ଧାମି ବା ନନ୍ଦିନୀ ସିରିଅଲରୁ ବିଦାୟ ନେଇ ସାରିଛନ୍ତି,ଯାହାର ସୂଚନା ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଥିଲେ । ଦ୍ରଷ୍ଟିଙ୍କ କ୍ୟାପ୍ପ୍ନରୁ ଜାଣିବାକୁ ମିଳିଥିଲାଯେ ଶୋ’ରେ ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରୁନାହାଁନ୍ତି ଏବଂ ଲୋକଙ୍କ ଠାରୁ ବହୁତ କିଛି ଶୁଣିବାକୁ ମିଳୁଛି । ତେଣୁ ସେ ତାହାକୁ ବୁଝିପାରି ଶୋ’କୁ ବିଦାୟ କହି ସାରିଥିଲେ । ଏବେ ଶୋ’କୁ ନେଇ ଅନ୍ୟ ଏକ ଖବର ଆସିଛିଯେ ଅଭିନବ ଶୁକ୍ଳା ବା ନନ୍ଦିନୀଙ୍କ ଅନସ୍କ୍ରିନ ସ୍ୱାମୀ ମଧ୍ୟ ଏହି ଶୋ’ରୁ ବିଦାୟ ନେଇଛନ୍ତି । ସେ ମଧ୍ୟ ଏହି ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ।
ତେବେ ଶୋ’ରେ ଏବେ ଭିନ୍ନ କାହାଣୀ ଦେଖିବାକୁ ମିଳିବ । ଶୋ’ରେ ଏବେ କିଂଶୁକ ମହାଜନଙ୍କ ପ୍ରବେଶ ହେବ । ଯାହା କାହାଣୀକୁ ଏକ ନୂଆ ମୋଡ଼ ଦେବ । ତେବେ କାହାଣୀ ଆଗକୁ ଯାଉଛି ନା ସିରିଅଲକୁ ବନ୍ଦ କରିବାକୁ ପଡ଼ିବ ତାହା କେବଳ ଦେଖିବା ବାକି ରହିଲା ।