ଫିମେଲ ଗ୍ୟାଙ୍ଗଷ୍ଟର ଉପରେ ଫିଲ୍ମ ନିର୍ମାଣ କରିବେ ଏହି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ।
ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ମହିଳା ଗ୍ୟାଙ୍ଗଷ୍ଟରଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଂସାଲୀଙ୍କ ନିଷ୍ପତ୍ତି ନେଇଛନ୍ତିଯେ ସେ ଫିମେଲ ଗ୍ୟାଙ୍ଗଷ୍ଟର ଫିଲ୍ମ ନିର୍ମାଣ କରିବେ ।
ସେ ଗ୍ୟାଙ୍ଗଷ୍ଟର ଗଙ୍ଗୁବାଇ କୋଠେବାଲି ଉପରେ ଫିଲ୍ମ ନିର୍ମାଣ କରିବେ । ବହୁ ବର୍ଷ ହେବ ସେ ଏହି ଉପରେ ଫିଲ୍ମ ନାର୍ମାଣ ପାଇଁ ଭାବୁଥିଲେ ।ଏବେ ପୁଣିଥରେ ସେ ଇଛା କରିଛନ୍ତି । କୁହାଯାଉଛିଯେ ଏହି ଫିଲ୍ମ ପାଇଁ ସେ ପ୍ରିୟଙ୍କା ଚୋପ୍ରାଙ୍କୁ ଆପ୍ରୋଚ କରିଥିଲେ । କିନ୍ତୁ ସେତେବେଳ ଫିଲ୍ମ ପାଇନାଲ ହୋଇନଥିଲା ।ଏବେ ଏହା ଧାର୍ଯ୍ୟ ହୋଇନାହିଁଯେ ଫିଲ୍ମରେ କିଏ ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନଜର ଆସିବେ ।ପ୍ରିୟଙ୍କା କିମ୍ବା ଦୀପିକାଙ୍କୁ ଚୟନ କରାଯାଇପାରେ ।