ଆତ୍ମହତ୍ୟା ପାଇଁ ଚିନ୍ତା କରୁଥିଲେ ଏ ଆର ରେହମାନ, କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଭାବୁକ ।
ପୂରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପୂର୍ବରୁ କଣ୍ଠଶିଳ୍ପୀ ଏ ଆର୍ ରେହମାନଙ୍କ ଜୀବନ ଆଦୌ ସଜହ ନଥିଲା। ନିକଟରେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଣକ ତାଙ୍କ ଅତୀତକୁ ଘାଣ୍ଟି ପୁରାଣା ଦିନର କଳା ଅଧ୍ୟାୟକୁ ମନେ ପକାଇଛନ୍ତି। ଏକ ସମୟ ଥିଲା, ଯେତେବେଳେ ସେ ବାରମ୍ବାର ନିଜକୁ ପରାଜିତ ଅନୁଭବ କରି ଜୀବନ ଶେଷ କରିଦେବା ପାଇଁ ରୀତିମତ ଭାବେ ଚିନ୍ତା କରୁଥିଲେ।
ଓସ୍କାର ପୁରସ୍କାର ବିଜେତା କମ୍ପୋଜର୍ ଏ ଆର୍ ରେହମାନ କହନ୍ତି କି ସେ ୨୫ ବର୍ଷ ପର୍ଯ୍ୟନ୍ତ ଖୁବ୍ ମାନସିକ ଚାପରେ ରହୁଥିଲେ। ସେ ସମୟରେ ଆତ୍ମହତ୍ୟା କରିବାର ଖିଆଲଟା ବରାବର ତାଙ୍କ ମନରେ ଆସୁଥିଲା। କମ୍ ବୟସରୁ ବାପାଙ୍କୁ ହରାଇବା ସହ ନିଜ ଭବିଷ୍ୟତ ଚିନ୍ତା ତାଙ୍କୁ ଭାରାକ୍ରାନ୍ତ କରି ପକାଉଥିଲା।
ତାପରେ ସେ ନିଜକୁ ଟାଣ କରିଥିଲେ। ମୃତ୍ୟୁ ସମସ୍ତଙ୍କ ପାଇଁ ଧୃବ ସତ୍ୟ ବୋଲି ନିଜେ ନିଜକୁ ବୁଝାଇବା ପରେ ମସ୍ତିଷ୍କକୁ ଆୟତ୍ତରେ ଆଣିବାକୁ ଚେଷ୍ଟା କରିଥିଲେ। ଏପରିକି ସେ ସମୟରେ ସେ ଚଳଚ୍ଚିତ୍ରରେ କାମ କରିପାରୁନଥିଲେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ୩୫ଟି ଚଳଚ୍ଚିତ୍ରର ଅଫର୍ ପାଇବା ପରେ ସେ ମାତ୍ର ୨ଟି ଚଳଚ୍ଚିତ୍ରରେ କାମ କରିପାରିଥିଲେ ବୋଲି କହିଛନ୍ତି।
ଏ ଆର୍ ରେହମାନଙ୍କ ଜୀବନୀ ଉପରେ ଆଧାରିତ ବାୟୋଗ୍ରାଫି ‘ନୋଟ୍ସ ଅଫ୍ ଏ ଡ୍ରିମ୍: ଦ ଅଥରାଇଜ୍ଡ ବାୟୋଗ୍ରାଫି ଅଫ୍ ଏ ଆର୍ ରେହମାନ’ରେ ସେ ନିଜ ଅତୀତର ଖୁଲାସା କରିଛନ୍ତି। ବାୟୋଗ୍ରାଫିଟିକୁ ଲେଖିଛନ୍ତି ଲେଖକ କ୍ରିଷ୍ଣା ତ୍ରିଲୋକ।