ହଲିଉଡ ଷ୍ଟାର ଏବଂ ସୁପରହିରୋ ଥର(Thor)ଙ୍କ ଭୂମିକା ତୁଲାଉଥିବା ହଲିଉଡ ଅଭିନେତା କ୍ରିସ ହେମ୍ସବର୍ଥ ନିକଟରେ ଅହମଦାବାଦରେ ସୁଟିଂ କରୁଛନ୍ତି । ଥାନୋସ ଭଳି ଭିଲେନର ମାତ ଦେଉଥିବା ସୁପରହିରୋ ଭାରତ ର ଟ୍ରାଫିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
View this post on Instagram
ଏଭଳି ଭିଡକୁ ଦେଖି ସେ ‘ଖୁବସୁରତ ଅବ୍ୟବସ୍ଥା’ବୋଲି ନାଁ ଦେଇଛନ୍ତି । ଫିଲ୍ମ ‘ଥର’ରେ ଥର ଭୂମିକା ତୁଲାଉଥିବା କ୍ରିସ ହେମ୍ସବର୍ଥ ନେଟଫ୍ଲିକ୍ସ ର ଫିଲ୍ମ ‘ଢାକା’ର ସୁଟିଂ ପାଇଁ ଆସିଥିଲେ । ସେ ରବିବାର ରାତିରେ ନୂଆ ଇଂଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଛନ୍ତି ।