ଶାହାଜାହାନଙ୍କ ଭଳି ଅଜବ ସର୍ତ୍ତ ରଖିଲେ ରଣବୀର ଦୀପିକା ।
ରଣୀବର ଏବଂ ଦୀପିକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବିବାହକୁ ନେଇ ସେମାନେ ଏଭଳି ଅଜବ ସର୍ତ୍ତ ରଖିଛନ୍ତି ଯାହା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ । କୁହାଯାଏ ଯେପରି ଶାହାଜାହାନ ମମତାଜଙ୍କ ପାଇଁ ଆଗ୍ରାରେ ତାଜମହଲ କରିଥିଲେ ଏବଂ ତାହା ଅନ୍ୟ କେହି ପୁନରାବୃତ୍ତି ନକରନ୍ତୁ ସେ କାରିଗରଙ୍କ ହାତ କାଟି ଦିଆ ଯାଇଥିଲା । ସେହିଭଳି କିଛି ଅଜବ ସର୍ତ୍ତ ଦେଖିବାକୁ ମିଳିଛି ରଣବୀର ଏବଂ ଦୀପିକାଙ୍କ ବିବାହରେ ।
ନିକଟରେ ଏହି ବାହାଘରରେ ଅତିଥିମାନଙ୍କ ପାଇଁ ବି ସର୍ତ୍ତ ରହିଛି। ଖାଲି ସେତିକି ନୁହେଁ କ୍ୟାଟର୍ (ରୋଷେଇ ପ୍ରସ୍ତୁତକାରୀ), ରୋଷେଇଆ ଓ ଓ୍ଵଟରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି।
ଶୁଣିବାକୁ ମିଳୁଛି ଯେ କ୍ୟାଟର୍ ଓ ସେଫ୍ମାନଙ୍କଠାରୁ ଏହି ବାହାଘରରେ ଏକ ବଣ୍ଡ୍ ଲେଖି ନିଆଯାଇଛି। ସେଥିରେ ଉଲ୍ଲେଖ ରହିଛି ରଣବୀର-ଦୀପିକାଙ୍କ ବାହାଘରରେ ସେମାନେ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତାହା ସେମାନେ ଅନ୍ୟ କୌଣସିଠାରେ ପ୍ରସ୍ତୁତ କରିବେ ନାହିଁ। ଅର୍ଥାତ୍ ସେହି ମେନ୍ୟୁ ସେମାନେ ଅନ୍ୟଠାରେ ବନାଇବେ ନାହିଁ। ଏଭଳି ଘଟଣା ଆଗରୁ କେବେ ବି ଘଟିନଥିଲା।