ପ୍ରଥମ ଥର ଘର ଲୋକଙ୍କ ସାମ୍ନାରେ କ୍ଲୋଜ ହେଲେ ମଲାଇକା-ଅର୍ଜୁନ,ନଜର ଆସିଲା ରୋମାଂଟିକ ଅନ୍ଦାଜ ।
ମଲାଇକା ଏବଂ ଅର୍ଜୁନ ଏବେ ଅଫେୟରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ।ଏବେ ନିକଟରେ ଦୁଇଜଣଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାସ୍ତବରେ ଗତ ରାତିରେ ମଲାଇକା,ଅର୍ଜୁନ,ଅମୃତା ଅରୋର,କରୀନା ଏବଂ ଅନ୍ୟ ବନ୍ଧୁମାନେ ମାନେ ବିଳମ୍ବ ରାତି ପର୍ଯ୍ୟନ୍ତ ପାର୍ଟି କରୁଥିଲେ ।
ପାର୍ଟିରେ ଅର୍ଜୁନଙ୍କ ଚାଚି ବା ସଂଜୟ କପୁରଙ୍କ ପତ୍ନୀ ମହିମା କପୁର ମଧ୍ୟ ନଜର ଆସିଥିଲେ । ଯେଉଁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଫଟୋରେ ପ୍ରଥମ ଥର ମଲାଇକା ଏବଂ ଅର୍ଜୁନଙ୍କୁ ଖୁବ କ୍ଲୋଜ ହୋଇଥିବାର ଦେଖିବାକୁ ମିଳିଛି । ଫଟୋରେ ଦୁଇଜଣଙ୍କ କେମେଷ୍ଟ୍ରି ଖୁବ ଭଲ ଭାବରେ ନଜର ଆସୁଛି ।
ମଲାଇକା ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ।
ଖବର ଅନୁସାରେ ମଲାଇବା ଏବଂ ଅର୍ଜୁନ ନିଜ ସଂପର୍କକୁ ନେଇ ଖୁବ ଗମ୍ଭୀର ଏବଂ ଆସନ୍ତା ବର୍ଷ ବିବାହ କରିପାରନ୍ତି । ଯଦିଓ ଏହି ଖବର ଶୁଣିବାକୁ ମିଳିଛି ତଥାପି ମଲାଇକା ଏହାକୁ ମନା କରୁଛନ୍ତି ।