ଗୁପୁଚୁପ ସହିତ ଆପଣ ତ ଜଲଜିରା ପାଣିର ବ୍ୟବହାର ନିହାତି ଭାବରେ ଜାଣିଥିବେ । କିନ୍ତୁ ଏହା ବ୍ୟତୀତ ଏଥିରେ ଅନ୍ୟ କେଉଁ ସବୁ ଉପକାରୀତା ଅଛି ତାହା ଆପଣ ଜାଣନ୍ତି ତ?
ଗରମରେ ଯେତେବେଳେ ତାପାମାତ୍ରା ବୃଦ୍ଧି ହୋଇଥାଏ ସେତେବେଳେ ନିହାତି ଭାବେ ଜଲଜୀରା ପାଣି ପଅନ୍ତୁ । କାରଣ ଏହା ଶରୀରର ତାପମାତ୍ରାକୁ ହ୍ରାସ କରିବା ସହ ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ ।
ଯଦି ଆପଣ ପେଟ ଗ୍ୟାସ ଜନିତ ଗମ୍ଭୀର ସମସ୍ୟାର ସମୁଖୀନ ହେଉଛନ୍ତି,ତେବେ ଯେପର୍ଯ୍ୟନ୍ତ ଶରୀରରୁ ଗ୍ୟାସ ନକମିଛି ସେପର୍ଯ୍ୟନ୍ତ ଧୀରେ ଧୀରେ ଜଲଜୀରା ପାଣି ପିଅନ୍ତୁ । ଏବଂ ଗରମ ଦିନରେ ପାଣିର ଗମ୍ଭୀର ସମସ୍ୟାକୁ ଦୂର କରିବା ପାଇଁ ଜଲଜୀରା ସେବନ କରିବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ ।
ଯଦି ଆପଣଙ୍କ ଶରୀରରେ ରକ୍ତ କମ ଅଛି ତେବେ ଜଲଜୀରା ପାଣି ପିଅନ୍ତୁ । ଏହାସହିତ ନିୟମିତ ଜଲଜୀରା ପାଣି ପିଇବା ଦ୍ୱାରା ମୋଟାପଣ ଦୂର ହୋଇଥାଏ । ଏଥିରେ କୌଣସି ପ୍ରକାର କ୍ୟାଲୋରୀ ନଥାଏ । ଏଥିରେ ଆୟରନ ଭରପୁର ମାତ୍ରାରେ ଥାଏ ।