ମସ୍ତାନୀଙ୍କ ପାଇଁ ବାଜିରାଓ କିଣିଲେ ସ୍ୱପ୍ନର ମହଲ, ଜାଣନ୍ତୁ ମୂଲ୍ୟ କେତେ ।
ବଲିଉଡ ହଟ କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ୧୫ ନଭେମ୍ବରକୁ ଇଟାଲୀର ଲେକ କୋମୋ ଠାରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ବିବାହ ଦୁଇଟି ରୀତି ନୀତିରେ ହେଲା ।ଗୋଟିଏ ସିନ୍ଧୀ ଏବଂ ଅନ୍ୟଟି କୋଙ୍କଣି ।
ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣ ତାଙ୍କ ବିବାହରେ ପ୍ରାୟ ୨୫ରୁ ୩୦ କୋଟି ଖର୍ଚ୍ଚ କରିଛନ୍ତି ।ଏହା ବ୍ୟତୀତ ୨୧ ନଭେମ୍ବରକୁ ବାଙ୍ଗାଲୁର ଏବଂ ୨୮ ନଭେମ୍ବରକୁ ମୁମ୍ବାଇରେ ରିସେପସନ ପାର୍ଟି ରହିଛି ।ଦୁଇ ଜଣ ୨୮ ତାରିଖରେ ମୁମ୍ବାଇ ଫେରିଛନ୍ତି ।ଏୟାରପୋର୍ଟରେ ତାଙ୍କ ସ୍ୱାଗତ ପାଇଁ ଶହ ଶହ ଫ୍ୟାନ୍ସ ଅପେକ୍ଷା କରିଥିଲେ ।ଦୁଇ ଜଣ ଗୋଟିଏ ପ୍ରକାରର ଡ୍ରେସ ପିନ୍ଧିଥିଲେ ଓ ଏହା ସହିତ ଜୋତା ମଧ୍ୟ ।ବୋହୁକୁ ସ୍ୱାଗତ ପାଇଁ ରଣବୀରଙ୍କ ସଂପୂର୍ଣ୍ଣ ଘରକୁ ଲାଇଟରେ ସଜା ଯାଇଥିଲା ।ଘର ବାହାରେ ଦୁଇଜଣ ମିଡିଆକୁ ସମ୍ବୋଦ୍ଧିତ କଲେ ।ରଣବୀରଙ୍କ ମା ଦୀପିକାଙ୍କୁ ଗୃହ ପ୍ରବେଶ କରି ସ୍ୱାଗତ କଲେ ।
ଖବର ଅନୁସାରେ ଦୁଇ ଜଣ ମୁମ୍ବାଇର ଜୁହୁ ଅଂଚଳରେ ୫୦ କୋଟିର ଘର କିଣିଛନ୍ତି ।ଦୁଇ ଜଣ ଲମ୍ବା ସମୟ ଧରି ଘର କିଣିବାକୁ ଚାହୁଁଥିଲେ ଏବଂ ଏବେ ସେହି ଘରର କାମ ଚାଲିଛି ।ଘର କାର୍ଯ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ଦୁଇ ଜଣ ରଣବୀରଙ୍କ ବଙ୍ଗଳା ଶ୍ରୀ’ରେ ରହିବେ ।
ଦୀପିକା ବିବାହରେ ଦେଢ କୋଟିର ଲେହେଙ୍ଗା ପିନ୍ଧିଥିଲେ ।ରଣବୀର ଦୀପିକାଙ୍କୁ ୨.୫୦ କୋଟିର ମୁଦି ପିନ୍ଧାଇଛନ୍ତି ।ଦୀପିକାଙ୍କ ମଙ୍ଗଳସୁତ୍ରର ମୂଲ୍ୟ ୨୦ ଲକ୍ଷ ।