‘ପ୍ରେମ ରତନ ଧନ ପାୟୋ’ ପରେ ‘ହମ ଚାର’ ହେବ ରାଜଶ୍ରୀ ପ୍ରଡକ୍ସନ୍ସର ଆଗମୀ ଫିଲ୍ମ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ ।
ପାରିବାରିକ ଫିଲ୍ମ ନିର୍ମାଣ କରିବା ପାଇଁ ଫେମସ ରାଜଶ୍ରୀ ପ୍ରଡକ୍ସନ୍ସ ନିଜର ଆଗାମୀ ଫିଲ୍ମର ଘୋଷଣା କରି ଦେଇଛନ୍ତି । ରାଜଶ୍ରୀ ପ୍ରଡକ୍ସନ୍ସ ନିଜର ଆଗାମୀ ଫିଲ୍ମର ନାମ ରହିଛନ୍ତି ‘ହମ ଚାର’ ଏବଂ ଅଏହି ଫିଲ୍ମର ଫାଷ୍ଟଲୁକ ମଧ୍ୟ ସାମ୍ନାକୁ ଆସିଛି । ରାଜଶ୍ରୀ ପ୍ରଡକ୍ସନ୍ସର ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମ ମଧ୍ୟ ପାରିବାରିକ କାହାଣୀ ଉପରେ ଆଧାରିତ ହେବ ।
ଜାରି କରାଯାଇଥିବା ଫି ଲ୍ମର ପ୍ରଥମ ପୋଷ୍ଟରରେ ଲେଖାଯାଇଛି ବନ୍ଧୁ ମଧ୍ୟ ପରିବାର । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଫିଲ୍ମର ମଧ୍ୟ ପରିବାରର ମହତ୍ୱ ଦେଖିବାକୁ ମିଳିବ । ଫିଲ୍ମଟି ୪ ଜଣ ସାଙ୍ଗ ଉପରେ ଆଧାରିତ । ଫିଲ୍ମରେ ଜଣେ ଲିଡ ଅଭିନେତ୍ରୀ ଥିବା ବେଳେ ୩ ଜଣ ଲିଡ ଅଭିନେତା ଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ଦୀକ୍ଷିତ ଦେବେ ଏହା ସହିତ ଫିଲ୍ମକୁ ପ୍ରଡ୍ୟୁସ କରିବେ ସୁରଜ ବଡଜାତ୍ୟା । ଫିଲ୍ମଟି ୨୦୧୯ରେ ରିଲିଜ ହେବ ।
After #PremRatanDhanPayo, Rajshri unveils the teaser poster of its new film #HumChaar… Directed by Abhishek Dixit… Sooraj R Barjatya is the creative producer… 2019 release. pic.twitter.com/LqQpfKscX0
— taran adarsh (@taran_adarsh) November 21, 2018
କହିରଖୁଛୁ ଯେ, ରାଜଶ୍ରୀ ପ୍ରଡକ୍ସନ୍ସ ଶେଷ ଥର ପାଇଁ ସଲମାନ ଖାନ ଏବଂ ସୋନମ କପୁର ଷ୍ଟାରର ଫିଲ୍ମ ‘ପ୍ରେମ ରତନ ଧନପାୟୋ’ ରିଲିଜ କରିିଥିଲା । ପାରିବାରିକ ଫିଲ୍ମ ଉପରେ ଫୋକସ ରଖୁଥିବା ରାଜଶ୍ରୀ ପ୍ରଡକ୍ସନ୍ସର ଏହି ଫିଲ୍ମକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ୨୦୦ କୋଟି ଆୟ କରି ରେର୍କଡ କରିଥିଲା ।