ମାଆ ହାତରୁ ଖସି ରେଳ ଧାରଣାରେ ପଡ଼ିଗଲା ୧ ବର୍ଷକର ଶିଶୁ, ତା’ପରେ କ’ଣ ହେଲା ଜାଣନ୍ତୁ ।
ମଥୁରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମଥୁରା ରେଳବାଇ ଷ୍ଟେସନ୍ର ରେଳ ଧାରଣାରେ ଜଣେ ୧ ବର୍ଷୀୟା ଶିଶୁ କନ୍ୟା ଶୋଇଥିବା ବେଳେ ସେହି ସମୟରେ ଟ୍ରେନ୍ଟି ଯାଇଥିଲେ ବି ସୌଭାଗ୍ୟକୁ ଶିଶୁଟି ବଞ୍ଚିଯାଇଥିବା ଦେଖିବାକୁ ମିଳିଛି। ଏଏନ୍ଆଇ ପକ୍ଷରୁ ପୋଷ୍ଟ୍ ହୋଇଥିବା ଭିଡିଓଟିରେ ଦେଖିବାକୁ ମିଳିଛି ଯେ ରେଳଟି ଧାରଣାରେ ଯାଉଥିବା ସମୟରେ ଶିଶୁଟି ସେହି ଧାରଣା ଉପରେ ଶୋଇ ରହିଛି।
#WATCH: One-year-old girl escapes unhurt after a train runs over her at Mathura Railway station. pic.twitter.com/a3lleLhliE
— ANI UP (@ANINewsUP) November 20, 2018
ଟ୍ରେନ୍ଟି ଷ୍ଟେସନ୍ ଛାଡ଼ିବା ପରେ ସେଠାରେ ଥିବା ଲୋକେ ରେଳ ଧାରଣା ଉପରକୁ ଡେଇଁ ପଡ଼ି ଶିଶୁଟିକୁ ଉଠାଇ ଆଣିଥିଲେ। ୩୦ ସେକେଣ୍ଡ୍ର ଏହି ଭିଡିଓ କ୍ଲିପ୍ରେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ମିଳିଛି। ଉଦ୍ଧାର କରିଥିବା ବ୍ୟକ୍ତି ଜଣକ ଶିଶୁଟିକୁ ଉଦ୍ଧାର କରିବା ପରେ ତା’ ବାପାମାଆଙ୍କୁ ସମର୍ପିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଶିଶୁଟିକୁ ଶିଶୁଟିର ମାଆ ଧରିଥିବା ବେଳେ ସେ ତାଙ୍କ ହାତରୁ ଖସି ପଡ଼ି ଟ୍ରେନ୍ ଭିତରେ ଥିବା କଣା ଜାଗା ଦେଇ ତଳକୁ ଖସିପଡ଼ିଥିଲା।