ଅଭିନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଅମ୍ବରିଶଙ୍କ ୬୬ ବୟସରେ ନିଧନ, ୨୦୦ରୁ ଅଧିକ ଫିଲ୍ମରେ କହିଥିଲେ କାମ ।
ସାଉଥ ଫିଲ୍ମ ଆକ୍ଟର ତଥା ପୂର୍ବ ୟୁନିଅନ ମିନିଷ୍ଟର ଅମ୍ବରିଶଙ୍କର ନିଧନ ହୋଇଯାଇଛି । ବେଙ୍ଗାଲୁରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶନିବାର ରାତି ପ୍ରାୟ ୧୦.୧୫ରେ ହୃଦଘାତ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସେ ୩ ଥର ଲୋକସଭା ମେମ୍ବର ରହିବା ସହିତ ଷ୍ଟେଟ ମିନିଷ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କିଛି ସମୟରୁ ସେ ଖୁବ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁରେ ପୁରା ଟଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ୧୯୭୨ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏବଂ ନିଜ ଅଭିନୟ ପାଇଁ ସେ ଆଗ୍ରିଂ ୟଙ୍ଗମ୍ୟାନର ଛବି ହାସିଲ କରିଥିଲେ । ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ।
A wonderful human being … my best friend … I have lost you today and will miss you … Rest In Peace #Ambrish
— Rajinikanth (@rajinikanth) November 24, 2018
ଅମ୍ବରିଶଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ୱିଇଟ କରି ଶୋକ ପ୍ରକାଶ କରିଛନ୍ତି । କେବଳ ମୋଦି ଏବଂ ରଜନୀକାନ୍ତ ନୁହଁନ୍ତି ଅନେକ ଲେକେ ମଧ୍ୟ ତାଙ୍କର ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।