ଅଭିନେତା ଭିକି କୌଶଲ ଏବେ ନିଜର ଆଗାମୀ ଫିଲ୍ମ ‘ଉରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବ । ତେବେ ଇତି ମଧ୍ୟରେ ଫିଲ୍ମର ଟିଜର ସମ୍ନାକୁ ଆସିଛି । ୨୫ ସେକେଣ୍ଡର ଏହି ଭିଡିଓରେ ଫିଲ୍ମର ଟ୍ରେଲର ରିଲିଜ ଡେଟର ଘୋଷଣା କରାଯାଇଛି । ଟିଜର ଅନୁସାରେ ଫିଲ୍ମର ଟ୍ରେଲର ୫ ଡିସେମ୍ବରରେ ରିଲିଜ ହେବ ।
କହିରଖୁଛୁ ଯେ, ଫିଲ୍ମର ଲିଡ ଆକ୍ଟର ଭିକି କୌଶଲ ନିଜେ ଟ୍ୱିଟ କରି ଟ୍ରେଲର ରିଲିଜ ବିଷୟରେ ସୂଚନା ଦେଇଥିଲେ । ଫିଲ୍ମ ଉରୀର କାହଣୀ ଜମ୍ମୁ କାଶ୍ମୀର ରାଜ୍ୟର ଉରୀ ସହର ଉପରେ ଆଧାରିତ । ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଉରୀ ଆକ୍ରମଣକୁ ଏହି ଫିଲ୍ମରେ ଦର୍ଶା ଯାଇଛି ।
Watch the story behind the surgical strike unfold. #URItrailer out on 5th December. @yamigautam @SirPareshRawal @AdityaDharFilms @RonnieScrewvala @RSVPMovies pic.twitter.com/fVwGohpCuD
— Vicky Kaushal (@vickykaushal09) November 30, 2018
ଫିଲ୍ମରେ ଭିକି କୌଶଲ ଦମଦାର ଚରିତ୍ରରେ ନଜର ଆସିବେ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ଭିକିଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ସଞ୍ଜୁ, ମନମର୍ଜିଆଁ, ରାଜୀ ପରି ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।