ଚିକିତ୍ସିତି ହୋଇ ନ୍ୟୁୟର୍କରୁ ମୁମ୍ବାଇ ଫେରୁଛନ୍ତି କ୍ୟାନସର ପୀଡିତା ସୋନାଲୀ ବେନ୍ଦ୍ରେ !
ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କିଛି ଦିନ ପୂର୍ବେ କ୍ୟାନସରରେ ପୀଡିତ ଥିଲେ । ସେ ଏହି ଖବର ସୋସିଆଲ ମିଡିଆ ଜରିଆରେ ଜଣାଉଥିଲେ । ଯଦିଓ କ୍ୟାନସର ସହ ଲଢେଇ ଖୁବ କଠିନ କିନ୍ତୁ ଏହି ଲଢେଇକୁ ଲଢି ସୋନାଲୀ ଏକ ପ୍ରେରଣା ସାଜିଥିଲେ । ଏବେ ଖବର ଶୁଣିବାକୁ ମିଳିଛି ଯେ ଅନେକ ମାସ ପରେ ନ୍ୟୁୟର୍କରୁ ସେ ସୁସ୍ଥ ହୋଇ ଭାରତ ଫେରିବେ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ସୋନାଲୀ ଖୁବ ସାହସୀକତାର ସହ ନିଜର ଚିକିତ୍ସା କରାଇଛନ୍ତି । ଏବେ ଡାକ୍ତର ତାଙ୍କୁ ଆରାମ କରିବା ପାଇଁ କହିଛନ୍ତି ଏବଂ ସେ ଏବେ ମୁମ୍ବାଇ ଫେରୁଛନ୍ତି । ସୋନାଲୀ ତାଙ୍କ ବନ୍ଧୁ ଏବଂ ପରିବାରକୁ ଖୁବ ମିସ କରୁଛନ୍ତି ।
ସୋନାଲୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଦେଇଥିବା କ୍ୟାପଶନ ଦେଖି ଅନୁମାନ ହେଉଛି ଯେ ଏବେ ଖୁବ ଶୀଘ୍ର ସୋନାଲୀ ମୁମ୍ବାଇରେ ନଜର ଆସିବେ ।