ଅଧିକ ରାଗୁଛନ୍ତି କି ? ଆପଣଙ୍କ ଘର ହୋଇପାରେ ଏହାର କାରଣ
କୁହାଯାଏ ରାଗ ମଣିଷର ପରମ ଶତ୍ରୁ । କିଛି ଲୋକେ ଅଛନ୍ତି ଯେଉଁମାନେ କଥା କଥାରେ ରାଗିଥାନ୍ତି । ଏହା ଫଳରେ ଘରେ ଅଶାନ୍ତି ଦେଖାଯାଇଥାଏ । ଏବଂ ଏହାର ପ୍ରଭାବ ସମ୍ପର୍କ ଉପରେ ମଧ୍ୟ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, ଅତ୍ୟଧିକ ରାଗର କାରଣ ଆପଣ ରହୁଥିବା ଘର ବି ହୋଇପାରେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏପରି କିଛି ଘର ଥାଏ,ଯେଉଁଠାରେ ରହିବା ଦ୍ୱାରା ବ୍ୟକ୍ତି ଅଧିକ କ୍ରୋଧୀ ସ୍ୱଭାବର ହୋଇଥା’ନ୍ତି।
ବାସ୍ତୁ ଅନୁସାରେ, ଘରର ଦକ୍ଷିଣ-ପଶ୍ଚିମ ଦିଗ ଖୋଲା ରହିବା ଉଚିତ୍ ନୁହେଁ। ଯଦି ଘରର ଦକ୍ଷିଣ-ପଶ୍ଚିମ ଦିଗ ଖୋଲା ରୁହେ,ତେବେ ସେହି ଘରର ଲୋକ ଅଧିକ କ୍ରୋଧୀ ହୋଇଥା’ନ୍ତି। ଏହିପରି ଘରେ ରହୁଥିବା ଲୋକେ ଅନ୍ୟମାନଙ୍କ ତୁଳନାରେ ଅଧିକ ଚିଡ଼ିଚିଡ଼ା ସ୍ୱଭାବର ହୋଇଥା’ନ୍ତି।
ବାସ୍ତୁରେ ଏହା ମଧ୍ୟ କୁହାଯାଇଛି, ଭୁଲ୍ରେ ବି ଘରକୁ ଅଳିଆ ବା ଅପରିଷ୍କାର କରି ରଖନ୍ତୁ ନାହିଁ। ଘର ଅଳିଆ ହେଲେ, ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୋଧ ଭାବ ସୃଷ୍ଟି ହୁଏ।ଏପରି ଘରେ ଖୁସି ରହି ନ ଥାଏ। ଘରର ସଦସ୍ୟ ସର୍ବଦା ନିଜ ନିଜ ମଧ୍ୟରେ ଝଗଡ଼ା କରିବାରେ ବ୍ୟସ୍ତ ରୁହନ୍ତି।
ଏହା ସହିତ ଘରର ଦକ୍ଷିଣ-ପୂର୍ବ ଦିଗରେ ପାଣି ଟାଙ୍କି ରଖିବା ପାଇଁ ମଧ୍ୟ ମନା କରାଯାଇଛି। କୁହାଯାଏ, ଏହା ଦ୍ୱାରା ଘରେ ସୁଖ ଶାନ୍ତି ରୁହେନାହିଁ।