ଇଣ୍ଡିଆନ ଆଇଡଲ ପ୍ରତିଯୋଗୀଙ୍କ ସହିତ ସୁରରେ ସୁର ମିଳାଇଲେ ରେସଲିଙ୍ଗ ଷ୍ଟାର ହର୍ଡ଼ି ।
ୱାର୍ଲଡ ହେଭି ୱେଟ ରେସଲିଙ୍ଗ ଷ୍ଟାର ହର୍ଡ଼ିଙ୍କୁ ସାରା ଦୁନିଆର ଦର୍ଶକ ଖୁବ ପସନ୍ଦ କରନ୍ତି ।ରେସଲିଙ୍ଗର ସେ ଖୁବ ଜଣାଶୁଣା ନାମ ।ନିକଟରେ ସେ ସିଙ୍ଗିଙ୍ଗ ରିଆଲିଟି ଶୋ ଇଣ୍ଡିଆନ ଆଇଡଲରେ ନଜର ଆସିଛନ୍ତି । ଶୋ’ରେ ପ୍ରତିଯୋଗୀଙ୍କ ସହିତ ଖୁବ ମସ୍ତୀ କରୁଥିବାର ନଜର ଆସିଛନ୍ତି ଏହି ରେସଲର ।ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରତିଯୋଗୀଙ୍କ ସହିତ ସୁରରେ ସୁର ମିଳାଉଥିବାର ନଜର ଆସିଛି ।
Guess what sound the #IndianIdol set is echoing of? #IndiaWelcomesMattHardy pic.twitter.com/x4sau4Mlb5
— WWE (@WWEIndia) December 5, 2018
ଡବ୍ଲ୍ୟୁଡବ୍ଲ୍ୟୁଇ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ଏହି ରେସଲର ଖୁବ ଫନି ଅନ୍ଦାଜରେ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ସେ ଶୋ’ର ହୋଷ୍ଟ ମନୀଷ ମଲହୋତ୍ରାଙ୍କ ସହିତ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି ।