ଦହି କବାବ ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ
୩ କପ୍ ବସା ଦହି, ୧ଟା କଟା ପିଆଜ, ୨୦ ଗ୍ରାମ୍ କଟା ଅଦା, ୩-୪ଟି କଞ୍ଚା ଲଙ୍କା, ଅଧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଶୁଖିଲା ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ଅଧ ଚାମଚ କସୁରି ମେଥି, ଦୁଇ ଚାମଚ କଟା ଧନିଆ ପତ୍ର, ୧ କପ୍ କର୍ଣ୍ଣଫ୍ଲୋର, ୨ଟି କଟା ଟମାଟୋ, ୧ କପ୍ ବ୍ରେଡ୍ କ୍ରମ୍ପସ୍, ଛାଣିବା ପାଇଁ ତେଲ ଓ ଲୁଣ ସ୍ବାଦାନୁସାରେ ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଦହି ରଖନ୍ତୁ । ଏଥିରେ କଟା ପିଆଜ, ଅଦା ଏବଂ କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କସୁରି ମେଥି, ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ । ଏବେ ଏଥରେ କର୍ଣ୍ଣଫ୍ଲୋର ପକାଇ ଗୋଳାନ୍ତୁ । ଏହାକୁ ସମାନ ଭାବରେ ବାଣ୍ଟି ନିଜ ପସନ୍ଦ ମୁତାବକ ଆକାର ଦିଅନ୍ତୁ । ଏହାକୁ ବ୍ରେଡ୍ କ୍ରମ୍ପସ୍ରେ ରୋଲ୍ କରନ୍ତୁ । ତେଲ ଗରମ କରି ଏଥିରେ କବାବକୁ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାକୁ ଆପଣ କମ୍ ତେଲରେ ଫ୍ରାଏ ବି କରିପାରିବେ । ପ୍ଲେଟ୍କୁ ବାହାର କରି କଟା ଟମାଟୋରେ ସଜାନ୍ତୁ । ନିଜ ପସନ୍ଦର ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।